ନୂଆଦିଲ୍ଲୀ : କ୍ରିକେଟର ଯୁବରାଜ ସିଂହଙ୍କ ପିତା କ୍ରିକେଟ୍ କୋଚ୍ ତଥା ଅଭିନେତା ଯୋଗରାଜ ସିଂହଙ୍କ ନୂଆ ୱେବ୍ ସିରିଜ 'ଲୁକଖେ'କୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ପଞ୍ଜାବ ମହିଳା ଆୟୋଗ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ଧ୍ୟାନକୁ ନେଇଛି। ଅଭିଯୋଗ ଯେ, ସିରିଜରେ ଯୋଗରାଜ ସିଂହ ମହିଳାଙ୍କ ବିରୁଦ୍ଧରେ ଖୁବ୍ ଅପମାନଜନକ ଓ ଅଭଦ୍ର ଭାଷା ବ୍ୟବହାର କରିଛନ୍ତି।
ଆୟୋଗ ଉକ୍ତ ମାମଲାର ଯାଞ୍ଚ କୌଣସି ବରିଷ୍ଠ ପୁଲିସ ଅଧିକାରୀ ଦ୍ୱାରା କରାଇବା ଏବଂ ସିରିଜର କଳାକାର , ଲେଖକ ଓ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏବେସୁଦ୍ଧା ଯୋଗରାଜଙ୍କ ପକ୍ଷରୁ କୌଣସି ଜବାବ ଆସି ନାହିଁ।
ମାମଲା ସେତେବେଳେ ଆହୁରି ବଢି ଥିଲା , ଯେବେ ଚଣ୍ଡିଗଡ଼ର ଓକିଲ ଉଜ୍ଜୱଲ ଭସିନ ଏସଏସପିକୁ ଅଭିଯୋଗ ଦେଇ ଯୋଗରାଜ ସିଂହଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରି ଥିଲେ। ସେ କହିଥିଲେ , ସିରିଜରେ ମହିଳାଙ୍କ ପାଇଁ ଏତେ ଖରାପ ଓ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଛି, ଯାହାକୁ ଦୋହରାଇବା ମଧ୍ୟ ମୁସ୍କିଲ। ଓକିଲ କହିଛନ୍ତି – ଯୋଗରାଜ ସିଂହ ଜୀ, ଯିଏ ନିଜକୁ ସ୍ପିରିଚୁଆଲ ଗୁରୁ କହନ୍ତି , ବୋଧହୁଏ ତାଙ୍କର ମଦର ଶୁଣି ଥିବେ, ତାଙ୍କର ବୋହୂ ଶୁଣି ଥିବେ ତ ଲଜ୍ଜାରେ ମୁଣ୍ଡ ନୁଆଁଇ ନେଇଥିବେ, ଓକିଲଙ୍କ ଦାବି ଯେ, ଏହି ଭିଡ଼ିଓ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଥର ଦେଖା ଯାଇ ସାରିଛି।
ଏଏନଆଇ ସହ କଥାବାର୍ତ୍ତାରେ ଓକିଲ କହିଛନ୍ତି ଯେ, ସେ ପୁଲିସକୁ ଦାବି କରିଛନ୍ତି ଯେ, କେବଳ ଯୋଗରାଜ ସିଂହ ନୁହଁନ୍ତି , ବରଂ ସିରିଜର ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍,ଯାହାକି ମହିଳାଙ୍କ ସମ୍ମାନ ବିରୋଧରେ ଏହିପରି ଭାଷାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ।
ଏହି ସିରିଜ ପଞ୍ଜାବର ସେହି ଦୁନିଆକୁ ଦେଖାଉଛି, ଯେଉଁଠି ରାପ୍ କଲଚର କେବଳ ଗୀତରେ ସୀମିତ ନୁହେଁ, ବରଂ ଡ୍ରଗ୍ସ ,ଅପରାଧ, ହିଂସା ଓ ସିଷ୍ଟମର ବିଫଳା ସହ ଜଡ଼ିତ। ଏହି ଶୋ’ରୁ ରାପର-ସିଙ୍ଗର କିଙ୍ଗ୍ ଆକ୍ଟିରେ ଡେବ୍ୟୁ କରିଛନ୍ତି। ସିରିଜରେ ରାଶୀ ଖାନ୍ନା , ପଲକ ତିୱାରୀ , ଲକ୍ଷବୀର ସରନ ଓ ଶିବକାନ୍ତ ସିଂହ ପରିବାର ମଧ୍ୟ ନଜର ଆସୁଛନ୍ତି। ଏହାକୁ ହିମାଙ୍କ ଗୌର ଡାଇରେକ୍ଟ କରିଛନ୍ତି। ସିରିଜ ୮ ମେ’ରେ ପ୍ରାଇମ୍ ଭିଡିଓରେ ରିଲିଜ ହୋଇଥିଲା।
ଯୋଗରାଜଙ୍କ କଥା ଯଦି କହିବା ତ ସେ ଅନେକ ଫିଲ୍ମ-ସିରିଜରେ ସଂପୃକ୍ତି ରହି ସାରିଛନ୍ତି। ସେ ଭାଗ୍ ମିଲଖା ଭାଗ୍ ରେ ମଧ୍ୟ ନଜର ଆସି ଥିଲେ। ଯୋଗରାଜଙ୍କ ବିବାଦ ଗୁଡ଼ିକ ସହ ମଧ୍ୟ ଗଭୀର ସଂପର୍କ ରହିଛି। ନିଜେ ଯୁବରାଜ ତାଙ୍କର ବ୍ୟବହାର ଉପରେ କହି ସାରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ବନ୍ଧୁ ତୃଷାଙ୍କ ଫିଲ୍ମ ରିଲିଜ୍ ପାଇଁ ବିଜୟଙ୍କ ସ୍ବତନ୍ତ୍ର ପରମିଶନ୍, ହେଲେ….