ମାଲକାନଗିରି/ଚିତ୍ରକୋଣ୍ଡା, ୯।୧୧(ଆପ୍ର ): ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ବିରୋଧରେ ବହୁଜନ ସମାଜ ପାର୍ଟି ଜାଲ ଜାତି ସାର୍ଟିଫିକେଟ ଦେଇ ଫାଇଦା ଉଠେଥିବା ଅଭିଯୋଗ ଆଣି ଥିଲା। ଏହାକୁ ଖଣ୍ଡନ କରିଛନ୍ତି ଜିଲ୍ଲା ପରିଷଦ ଅଧକ୍ଷା ସମାରୀ ତାଙ୍ଗୁଲ ଓ କୋଟିଆ ସମାଜ।
ବହୁଜନ ସମାଜ ପାର୍ଟିର ଅଭିଯୋଗ ଅନୁଯାୟୀ ଟାଙ୍ଗୁଲ ଜଣେ ସାଧାରଣ ବର୍ଗର ଅଟନ୍ତି। ତେଣୁ ସେ ନକଲି ଜନଜାତି ପ୍ରମାଣ ପତ୍ର ଦେଇ ଜିଲ୍ଲା ପରିଷଦ ଅଧକ୍ଷା ହୋଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ବହୁଜନ ସମାଜ ପାର୍ଟିର ସଭାପତି ଜାରା ଶବର ମାଢ଼ି। ଏହାକୁ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଥ ବଡପଡା ଠାରେ ଅଭିଭକ୍ତ କୋରାପୁଟର କୋଟିଆ ସମାଜ ଏକ ବୈଠକ କରିଥିଲେ। ସମାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ ସହ ବହୁଜନ ସମାଜ ପାର୍ଟିର ଏପରି ଅଭିଯୋଗକୁ ବିରୋଧ କରିଛି କୋଟିଆ ସମାଜ। ଅଭିବକ୍ତ କୋରାପୁଟ କୋଟିଆ ସମାଜ ସଭାପତି କମୁଲୁ ହନ୍ତାଲ ଓ ସମ୍ପାଦକ ମାଧବ ଦୋରା ପ୍ରକାଶ କରିଛନ୍ତି ଯେ, ସମାରୀ କୋଟିଆ ସମାଜର ଜଣେ ଆଦିବାସୀ ଝିଅ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା। କିଛି ଦିନ ହେବ ସାମାଜିକ ଗଣ ମାଧ୍ୟାମ ସମାରୀଙ୍କ ଜାତି ପ୍ରମାଣ ପତ୍ରକୁ ନେଇ ପ୍ରସାରିତ ହୋଇଥିବା ତଥ୍ୟ ଗୁଡିକ ମିଥ୍ୟା। ସମାରୀ ତାଙ୍ଗୁଲୁ ଦୃଢ଼ ଭାବେ ଖଣ୍ଡନ କରି କହିଛନ୍ତି ଯେ, ସେ ଜଣେ ଆଦିବାସୀ ଝିଅ। ତାଙ୍କ ବିରୋଧ ରେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରାଯାଉଛି।