ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜୋମାଟୋ ଓ ସ୍ବିଗିର ପ୍ଲାଟଫର୍ମ ଫି' ବଢାଇଲା କମ୍ପାନୀ

Published By : Anindita Ratha | October 24, 2024 3:07 PM

ନୂଆଦିଲ୍ଲୀ,୨୪/୧୦:ଜୋମାଟୋ ଓ ସ୍ବିଗି ଫ୍ଲାଟଫର୍ମ ଫି ବୃଦ୍ଧି କରିଛନ୍ତି ଫୁଡ୍ ଡେଲିଭରୀ କମ୍ପାନୀ । ଫଳରେ ଏହି ପ୍ଲାଟଫର୍ମରେ ଖାଦ୍ୟ ଅର୍ଡର କରିବା ହୋଇଛି ମହଙ୍ଗା। ଉଭୟ ଜୋମାଟୋ ଏବଂ ସ୍ବିଗି ପ୍ଲାଟଫର୍ମ ଫି ୧୦ ଟଙ୍କାକୁ ବୃଦ୍ଧି ହୋଇଛି। ତେବେ ଜୋମାଟୋ ୨୦୨୩ ମସିହା ଅଗଷ୍ଟ ମାସରୁ ପ୍ଲାଟଫର୍ମ ଫି ପ୍ରବର୍ତ୍ତନ କରିଥିଲା। ଯାହା ଅଧିନରେ ଅର୍ଡର ପାଇଁ ୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା । 

ତେବେ ଜୋମାଟୋ ସାମୟିକ ଭାବରେ ପ୍ଲାଟଫର୍ମ ଫି ବୃଦ୍ଧି କରିଛି।  ଜୋମାଟୋ ଆପରେ ଥିବା ବାର୍ତ୍ତାରେ କୁହାଯାଇଛି ଯେ, ଦେୟ ବୃଦ୍ଧି ହେଉଛି  “ପର୍ବପର୍ବାଣି ସମୟରେ ସେବା ବଜାୟ ରଖିବା”। ତଥାପି, ସ୍ୱିଗି ଆପରେ ସେପରି କୌଣସି ସ୍ପଷ୍ଟୀକରଣ କିମ୍ବା ବିଜ୍ଞପ୍ତି ନାହିଁ । ତେଣୁ ଏହା ସମ୍ଭବତ ସ୍ୱିଗି ଉପରେ ପ୍ଲାଟଫର୍ମ ଫି ବୃଦ୍ଧି ସ୍ଥାୟୀ ଅଟେ । ପ୍ଲାଟଫ୍ରମ ଫି ସମସ୍ତ ଗ୍ରାହକ, ଏପରିକି ଗୋଲ୍ଡ ସଦସ୍ୟଙ୍କ ପାଇଁ ପ୍ରଜୁଯ୍ୟ ଏବଂ ଜୋମାଟୋଦ୍ବାରା ଚାର୍ଜ ହୋଇଥିବା  ବତରଣ ଦେୟ ସହିତ ପ୍ଲାଟଫର୍ମ ଫି ଉପରେ ୧୮% ର ଜିଏସଟି ମଧ୍ୟ ଅଛି। ଯାହା ୧୦ ଟଙ୍କା ଫିରେ ଅନ୍ତର୍ଭୂକ୍ତ ନୁହେଁ । ଏହାର ଅର୍ଥ ହେଉଛି ଜୋମାଟୋ ଗ୍ରାହକମାନେ ପ୍ରତ୍ୟେକ ଅର୍ଡରରେ ଟ୍ୟାକ୍ସ ସହିତ ପ୍ଲାଟଫର୍ମ ଫି ଭାବରେ ୧୧.୮୦ ଟଙ୍କା ଦେବେ । ମିଡିଆ ରିପୋର୍ଟ ଅନୁଯାୟୀ,ସେକ୍ଟରକୁ ଟ୍ରାକିଂ କରୁଥିବା ଲୋକଙ୍କ ଅନୁଯାୟୀ,ଏହି ପ୍ଲାଟଫର୍ମ ଗୁଡିକ ଦିନକୁ ୨.୫ ନିୟୁତ ଫୁଡ୍‌ ଡେଲିଭରି ଅର୍ଡର ପ୍ରଦାନ କରନ୍ତି ଏବଂ ପ୍ଲାଟଫର୍ମ ଫିରେ ଯେକୌଣସି ବୃଦ୍ଧି ସେମାନଙ୍କ ରାଜସ୍ୱରେ ଉନ୍ନତି ଆଣେ । ପ୍ଲାଟଫର୍ମ ଫି ଚାର୍ଜ କରିବା ଆରମ୍ଭ କରିଥିବା ସ୍ଵିଗି ପ୍ରଥମେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.