ପ୍ରମୁଖ ଖବର
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ବଳିଦାନ ଦିବସ ପାଳିତ

ମାଲକାନଗିରି : ଜିଲ୍ଳା ପ୍ରଶାସନ ଦ୍ୱାରା ମାଲକାନଗିରି ସଦର ମହକୁମାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଛି। ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ଵ , ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ। 

ଭାରତର ସ୍ଵାଧୀନତା ସଂଗ୍ରାମରେ ଆତ୍ମ ଝାସ ଦେଇ ଯେଉଁ ବୀର ପୁରୁଷମାନେ ସ୍ବାଧୀନତାର ଇତିହାସ ପୃଷ୍ଠାକୁ ଗୌରବାନ୍ଵିତ କରି ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଶହୀଦ ଲକ୍ଷ୍ମଣ ନାୟକ ଜଣେ ସ୍ମରଣୀୟ ବ୍ୟକ୍ତିତ୍ଵ ଥିଲେ ବୋଲି ଅତିରିକ୍ତ ଜିଲ୍ଲାପାଳ କହି ଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଲକ୍ଷ୍ମଣ ନାୟକ ଥିଲେ ଜଣେ ବରେଣ୍ୟ ବିପ୍ଳବୀ। ଯିଏକି ମାତୃଭୂମିକୁ ସ୍ୱର୍ଗାଦପୀ ଗରୀୟସୀ ବୋଲି ଉପଲବ୍ଧି କରି ଅବଶେଷରେ ଦେଶ ମାତୃକାର ମୁକ୍ତି ପାଇଁ ଆତ୍ମାହୁତି ଦେଇ ଏବେ ମଧ୍ୟ ଭାରତୀୟଙ୍କ ସିଂହାସନରେ ଅଧିଷ୍ଠିତ ହୋଇ ପାରିଛନ୍ତି। ସେ ଯେଉଁଭଳି ଭାବେ ନିଜ କର୍ତ୍ତବ୍ୟ ପାଳନକୁ ଅଗ୍ରାଧିକାର ଦେଇଥିଲେ, ସେହିପରି ଭାବେ କର୍ତ୍ତବ୍ୟ ପାଳନ କରିବାରେ କେବେ ମଧ୍ୟ ପଛଘୁଞ୍ଚା ନଦେବା ପାଇଁ ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରାଯାଇଛି। 

ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଈ , ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପଲ୍, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, କଲେଜ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ,ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଓ ଅଧ୍ୟାପକ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଶହୀଦଙ୍କ ସ୍ମୃତି ଚାରଣ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। 

ଶହୀଦ ଲକ୍ଷ୍ମଣ ନାଏକ ମାଲକାନଗିରି ମାଟିର ସନ୍ତାନ। ଜାତିର ପିତା ଗାନ୍ଧିଜୀଙ୍କ ଅନୁଗାମୀ ହୋଇ ସେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ହୋଇ ପାରିଥିଲେ, ତାଙ୍କର ବଳିଦାନରେ ଏ ଦେଶ ଇଂରେଜ ସରକାରଙ୍କ ଠାରୁ ମୁକ୍ତ ହେଲା, ସେ ହସି ହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ପଡ଼ିଲେ, ତାଙ୍କ ପରି ଜଣେ ସଂଗ୍ରାମୀଙ୍କୁ ଏ ଦେଶ ଏ ମାଟି ହରାଇ ଆଜି ତାଙ୍କୁ ଝୁରୁଛି , ତାଙ୍କ ନୀତି ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବ ବୋଲି କହି ଥିଲେ।

 ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେ କୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତିଙ୍କ ସମେତ ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀ ଓ କଲେଜର କର୍ମଚାରୀ ଏଥିରେ ସହଯୋଗ କରି ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.