ନବରଙ୍ଗପୁର,୨୬।୧୨ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ପଟ୍ଟନାୟକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଖବର ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସନ୍ଧ୍ୟା ହୋଇଯାଇଥିବା କାରଣ ରୁ ଆସନ୍ତା କାଲି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁଯାଇ ତେନ୍ତୁଳିଖୁଣ୍ଟି କାର୍ଯ୍ୟରତ ଥାନା ଏଏସଆଇ ଗତ ସୋମବାର ଦିନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ । ଏହା ପରଠୁ ଆଉ ଘରକୁ ଫେରିନଥିଲେ ! ତେବେ ଆଜି ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରେ ଏଏସଆଇ ଙ୍କ ଶବ ଝୁଲୁଥିବା ଖବର ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ! ପ୍ରାଥମିକ ତଦନ୍ତ ରୁ ଏହା ଏକ ଆତ୍ମ ହତ୍ୟା ବୋଲି ଜଣାପଡ଼ୁଥିବା ବେଳେ ମୃତ୍ଯୁର ପ୍ରକୃତ କାରଣ ଜଣାପଡିନାହି । ଏଏସଆଇ ରେଣୁ ପ୍ରସାଦ ପଟ୍ଟନାୟକ ଙ୍କ ପ୍ରକୃତ ଘର ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ଗ୍ରାମ ରେ ହୋଇଥିବା ବେଳେ ସେ ତେନ୍ତୁଳିଖୁଣ୍ଟି ପୋଲିସ କଲୋନୀ ରେ ନିଜ ପରିବାର ସହ ରହୁଥିଲେ । ଖବର ପାଇ ମୃତ ଏଏସଆଇ ଙ୍କ ଦୁଇ ପୁଅ ଏବଂ ଭାଇ ପହଁଚିଛନ୍ତି । ଘଟଣା ସ୍ଥଳରେ ସାଇଁଟଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।