ମୁମ୍ବାଇ, ୨୫/୦୧: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଗତକାଲି (ଶୁକ୍ରବାର) ସେନାର ଏକ ଅସ୍ତ୍ରଶସ୍ତ୍ର ତିଆରି କାରଖାନାରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୫କିମି ଯାଏ ଶଦ୍ଦ ଶୁଭିଥିଲା । ଫ୍ୟାକ୍ଟ୍ରି କୋଠା ଛାତ ଭୁଶୁଡି ପଡିଥିଲା । ଏଥିରେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ମୃତ୍ୟୁସଂଖ୍ୟା ବଢି ୮ରେ ପହଞ୍ଚିଛି । ୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ଜବାହରନଗର ସ୍ଥିତ ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ଆରକେଆର୍ ବ୍ରାଞ୍ଚରେ ଆରଡିଏକ୍ସ ବନାଇବା କାମ ହୋଇଥାଏ । ସେଥିରେ ହିଁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏହାର ତଦନ୍ତ ଆରମ୍ଭ ହୋଇଛି । ଫ୍ୟାକ୍ଟ୍ରିର ଏଲଟିପି (ଲଙ୍ଗ୍ ଟର୍ମ ପ୍ଲାନିଂ) ସେକ୍ସନରେ ସକାଳ ପ୍ରାୟ ୧୦ଟାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୫କିମି ଯାଏଁ ଶଦ୍ଦ ଶୁଭିଥିଲା । ଧୂଆଁମୟ ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳ । ଫ୍ୟାକ୍ଟ୍ରିରେ ଲୁହା ଏବଂ ପଥର ଖଣ୍ଡ ଛିଟିକି ପଡିଥିଲା । ବିସ୍ଫୋରଣ ହୋଇଥିବା ବିଲ୍ଡିଂର ଛାଡ ଭୁଶୁଡି ପଡିଥିଲା । ସେଠାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ୮ଜଣଙ୍କର ମୃତ୍ୟୁ ହୋଇଛି । ୫ ଜଣ ଆହତ ହୋଇଛନ୍ତି । ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଃଖ ପ୍ରକାଶ କରିଥିଲେ ।
#WATCH | Maharashtra: 8 people died and 5 got injured in a blast in Ordnance Factory in Bhandara yesterday. The injured people were brought to the hospital.
— ANI (@ANI) January 25, 2025
Visuals from outside the Ordnance Factory in Bhandara. pic.twitter.com/u5qKWwdFym
ଏହା ବି ପଢନ୍ତୁ...ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ଫୋରଣ, ୫ ମୃତ
ଏହି ଫ୍ୟାକ୍ଟ୍ରିରେ ସେନା ପାଇଁ ଅନେକ ପ୍ରକାରର ବିସ୍ଫୋଟକ ତିଆରି କରାଯାଏ । ଟେଷ୍ଟି ଫାସିଲିଟି ଏବଂ ଅତ୍ୟାଧୁନିକ ଲାବୋରେଟୋରି ରହିଛି । ଛୋଟ ଛୋଟ ଅସ୍ତ୍ରରେ ବ୍ୟବହାର ହେଉଥିବା ବିସ୍ଫୋଟକ ସ୍ପେରିକାଲ ପାଉଡର ବି ଏଠାରେ ବନାଯାଏ । ଗତ ବର୍ଷ ଜାନୁଆରୀରେ ବି ଭଣ୍ଡାରା ଅର୍ଡିନାନ୍ସ ପ୍ୟାକ୍ଟ୍ରିରେ ସିଏକ୍ସ ଡିପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ।