ଭଦ୍ରକ, ୭।୧୦ : ରାସ୍ତାରେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗି ବାଇକ ଜଳିଯାଇଛି। ଭଦ୍ରକ ସହରର କଚେରି ବଜାର ନିକଟ ରେ ଏମିତି ଅଘଟଣ ଘଟିଛି ।   ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଗଣେଶ ମୂର୍ତ୍ତି ଭସାଣି  ଶୋଭାଯାତ୍ରା କଚେରୀ ବଜାର ରାସ୍ତାରେ ଯାଉଥିଲା। ଏହି ସମୟରେ ଶୋଭାଯାତ୍ରା ପଛରେ ଏକ ବାଇକ ଯାଉଥିଲା। ହଠାତ ବାଇକରେ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ  ବାଇକ ଚାଳକ ଗାଡ଼ି ଛାଡି ପଳାଇଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।