ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଭାରତ ପାଇଁ ବିପଦର ଘଣ୍ଟି ! ଢାକାରେ ପ୍ରଥମ ଥର ପହଁଞ୍ଚିଲା ISI ଟିମ୍, ପାକ୍-ବାଂଲାଦେଶର ଚାଲିଛି ବଡ଼ ଯୋଜନା

Published By : Harapriya Biswal | January 23, 2025 3:19 PM

ନୂଆଦିଲ୍ଲୀ,୨୩।୧: ଭାରତ ବିରୋଧିରେ ଦୁଇ ପଡୋଶୀ ଦେଶଙ୍କ ଷଡଯନ୍ତ୍ର। ବାଂଲାଦେଶରେ ଅନ୍ତରୀଣ ସରକାର କ୍ଷମତାକୁ ଆସିବା ପରେ ବଢିଛି ଚିନ୍ତା। ବାଂଲାଦେଶ ସହ ଚାଲିଛି ପାକିସ୍ତାନର ଘନଘନ ବୈଠକ। ୪ ମାସରେ ମହମ୍ମଦ ୟୁନୁସ୍ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ତିନିଥର କରିସାରିଲେଣି ବୈଠକ। ଏସବୁ ଭିତରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ଏକ ଟିମ୍ ଢାକାରେ ପହଁଞ୍ଚିଛି। 

ଶେଖ୍ ହାସିନାଙ୍କ ଗାଦିଚ୍ୟୁତ ପରେ ବାଂଲାଦେଶରେ ଚାଲିଛି ଅନ୍ତରୀଣ ସରକାର। ମହମ୍ମଦ ୟୁନୁସ୍‌ଙ୍କ ହାତରେ କ୍ଷମତା ଆସିବା ପରଠୁ ଭାରତ ସହ ଖରାପ ହୋଇଛି ସମ୍ପର୍କ। ଏପରିକି ସେଠାରେ ଥିବା ହିନ୍ଦୁଙ୍କ ଜୀବନ ଦୁର୍ବିସହ ହୋଇଛି। ଗୋଟିଏ ପଟେ ଭାରତ ବିରୋଧି ଗତିବିଧି ଆରମ୍ଭ ତ ଅନ୍ୟପକ୍ଷେ ପାକିସ୍ତାନ ସହ ବାଂଲାଦେଶର ବଢୁଛି ସୁ ସମ୍ପର୍କ।  ଗତ ୪ ମାସରେ ମହମ୍ମଦ ୟୁନୁସ୍ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ମଧ୍ୟରେ ହୋଇସାରିଲାଣି ୩ ଥର ବୈଠକ। ଏହା ସହ ବାଂଲାଦେଶ ସେନାର ଜେନେରାଲଙ୍କ ସାକ୍ଷାତ ପାକିସ୍ତାନ ଆର୍ମୀ ମୁଖ୍ୟ ଆସିଫ ମୁନିରଙ୍କ  ସହ ହୋଇଛି। ଏହି ସାକ୍ଷାତ ବେଳେ ଦୁଇ ଦେଶର ପ୍ରତିରକ୍ଷା ପ୍ରତିନିଧି ମଣ୍ଡଳୀଙ୍କ ପରସ୍ପର ସହ ଆଲୋଚନା ହୋଇଥିଲା। ଏବେ ମିଳିଥିବା ତାଜା ସୂଚନା ଅନୁସାରେ, ଢାକାରେ ପହଁଞ୍ଚିଛି ଆଇଏସ୍ଆଇର ଏକ ଟିମ୍। ଏଥିରେ ଅଛନ୍ତି ଗୁଇନ୍ଦା ଏଜେନ୍ସିର ବଡ଼ ବଡ଼ ଅଧିକାରୀ। ତାଙ୍କ ମଧ୍ୟରେ ମେଜର ଜେନେରାଲ ଶାହିଦ ଆମିର ମଧ୍ୟ ରହିଛନ୍ତି।  ଶାହିଦ ଚୀନ୍‌ରେ ପାକ୍ ମିଲିଟାରୀ ଡିପ୍ଲୋମାଟ୍‌ ଭାବରେ କାର୍ଯ୍ୟ କାରିସାରିଛନ୍ତି। ଶାହିଦଙ୍କ ସହ ଆଇଏସ୍‌ଆଇର ଅଫିସର ଆଲମ୍ ଅମିର ଅଭାନ ଓ ମହମ୍ମଦ ଉସ୍ମାନ ଜତିଫ୍ ଢାକାରେ ପହଁଞ୍ଚିଛନ୍ତି। 

ଆଇଏସ୍‌ଆଇର ଏହି ପ୍ରତିନିଧି ମଣ୍ଡଳୀ ୨୪ ଜାନୁଆରୀ ଅର୍ଥାତ ଆସନ୍ତାକାଲି ବାଂଲାଦେଶରେ ବୈଠକ କରିବେ। ଆଇଏସଆଇ ଉପରେ ବହୁ ଦେଶରେ ଆତଙ୍କ ସୃଷ୍ଟି କରିବାର ଅଭିଯୋଗ ରହିଛି। କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାପଛରେ ଆଇଏସ୍ଆଇର ହାତ ରହିଛି। ବିଶେଷଜ୍ଞଙ୍କ ମତରେ ଆଇଏସ୍ଆଇ ଅଧିକାରୀ ବାଂଲାଦେଶ ଯିବା ପଛର ଅନେକ ଉଦେଶ୍ୟ ରହିଛି। ତା ମଧ୍ୟରେ ଗୁଇନ୍ଦା ଓ ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବାର ଚର୍ଚ୍ଚା  ହୋଇଛି। ଭାରତ ଉପରେ ଚାପ ପକାଇବାକୁ  ପାକିସ୍ତାନ ସହ ବନ୍ଧୁତା ବଢାଇଛି ବାଂଲାଦେଶ। ଇସଲାମିକ ନୀତି ଆଧାରରେ ପାକ୍ ଓ ବାଂଲାଦେଶ ପରସ୍ପରର ଖୁବ୍ ନିକଟତର। ତେଣୁ ଭବିଷ୍ୟତରେ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ।

ମୁଜାହିଦ ଖାନ୍ ମହମ୍ମଦ କିଏ ? ଯାହାଙ୍କ ମୁକ୍ତି ବଦଳରେ ଆମେରିକା ସହ ତାଲିବାନ କରିଥିଲା ଡିଲ୍ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.