ମାଲକାନଗିରି, ୩୦/୯ (ଆ.ପ୍ର)    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ  ସଂଘ ର ୧୦୦ ବର୍ଷ ପୂର୍ତ୍ତିଉତ୍ସବ ପାଳିତ ହୋଇଛି।  ପଥ ସଂଚଳନ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରାଯାଇଛି।  ସ୍ଥାନୀୟ ମା ମଉଲି ମାମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭା ରେ ଆର୍ ଏସ୍  ଏସ୍ ର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି  ପଥ ସଂଚଳନ ମାଧ୍ୟମରେ ଶକ୍ତି ପ୍ରଦର୍ଶନ ଓ ପଞ୍ଚମୁଖୀ କାର୍ଯ୍ୟର ବିଷୟରେ   ଉପସ୍ଥାପନା କରଯାଇଛି  l ଏହି କାର୍ଯ୍ୟକ୍ରମ ରେ ଦୀପକ କୁମାର ରାଉତ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପୂର୍ବ କ୍ଷେତ୍ର ସେବା ପ୍ରମୁଖ ସୂର୍ଯ୍ୟ ଚନ୍ଦ୍ର ସାହୁ,ବିଭାଗ କାର୍ଯ୍ୟବାହ   କାର୍ତ୍ତିକ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ଶତାଧିକ ସ୍ୱୟଂସେବକ ମାନେ ହାତରେ ଲାଠି ଧରି ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ। 

ସ୍ଥାନୀୟ ରାମ ମନ୍ଦିର ଠାରୁ ବିରାଟ ପଟୁଆରରେ ପଥ ସଂଚାଳକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ତଳ ସାହିସ୍ଥ ମା ମାଉଲି ମନ୍ଦିର ଠାରେ ପହଁଚି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ପ୍ରତିଷ୍ଠା ଦିବସ ଓ ବୀଜୟାଦଶମୀ ଉତ୍ସବ ସଂପର୍କରେ ବ୍ୟକ୍ତବ୍ୟ ପ୍ରାଦନ କରିଥିଲେ । ସଂଘୀୟ କାର୍ଯ୍ୟ ଦ୍ବାରେ ମନୁଷ୍ୟ ଜୀବନର ସଫଳତାର ସୋପାନ, ଏହାଦ୍ଵାରା ପ୍ରେରଣାଦାୟୀ ବିଚାର ମନରେ ଜାଗୃତ ହୁଏ ବୋଲି କହିବାସିହତ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର କାର୍ଯ୍ୟବଳି ସଂପର୍କରେ ସୁଚନାଦେଇ ଥିଲେ । ଏହି ଅବସରରେ ଜିଲ୍ଲା ଶତାଧିକ ରଷ୍ଟ୍ରୀୟ ସ୍ୱୟଂସେବକ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।