ନୂଆଦିଲ୍ଲୀ,୧୪।୬: ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ନାମକ ଏକ ଭାରତୀୟ ଜାହାଜ। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଜାହାଜ ବୁଡିବା ଖବର ପାଇବା ପରେ ଆମେରିକୀୟ ନୌସେନା ଜରୁରୀକାଳୀନ ସ୍ଥିତି ବିଷୟରେ ଉପକୂଳ କର୍ତ୍ତୃପକ୍ଷ ଏବଂ ଭାରତୀୟ ନୌସେନାକୁ ସୂଚନା ଦେଇଥିଲା, ଯାହା ପରେ ସମସ୍ତ ଏଜେନ୍ସି ସତର୍କ ହୋଇଯାଇଥିଲା ଏବଂ ସମସ୍ତ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଆମେରିକା ନୌସେନା ଏବଂ ଭାରତୀୟ ନୌସେନା ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଭାରତୀୟ ନୌସେନା ପକ୍ଷରୁ ଏକ ବାଣିଜ୍ୟ ଜାହାଜ ସାହାଯ୍ୟରେ ବଡ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ, ଡଙ୍ଗା ଓମାନର ରସ୍ ଅଲ୍ ସମୁଦ୍ରଠାରୁ ପ୍ରାୟ ୮୦ ମାଇଲ ପୂର୍ବରେ ବୁଡି ଯାଇଥିଲା। ଏହାପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା।

ସରକାରୀ ସୁତ୍ର ଅନୁସାରେ, ଆମେରିକା ନୌସେନାକୁ ରବିବାର ସକାଳେ ଏହି ଅଘଟଣ ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଆମେରିକା ନୌସେନା ଉପକୂଳବର୍ତ୍ତୀ ଅଧିକାରୀମାନେ ଭାରତୀୟ ନୌସେନା ସତର୍କ ସୂଚନା ଦେଇଥିଲା। ଯାହାଫଳରେ ଠିକ୍ ସମୟରେ ଉଦ୍ଧାର ଅଭିଯାନ ଆରମ୍ଭ କରିହୋଇଥିଲା। ଖବର ଅନୁସାରେ, ଆମେରିକା ନୌସେନା ପି-୮ ବିମାନ ଘଟଣାସ୍ଥଳରେ ପହଁଞ୍ଚି ସମୁଦ୍ରରେଏକ ଲାଇଫ୍ ରାଫ୍ଟ (ଜୀବନ ରକ୍ଷକ ଡଙ୍ଗା) ତଳକୁ ପକାଇଥିଲା ଓ ପୁରା ରେସକ୍ୟୁ ଅପରେସନ୍ କରିଥିଲା। ଜାହାଜ ବୁଡିବା ସ୍ଥିତି ପରେ ଏଥିରେ ଥିବା ଯାତ୍ରୀ ଲାଇଫ୍ ରାଫ୍ଟରେ ପହଁଞ୍ଚି ଯାଇଥିଲେ।

ଉଦ୍ଧାର ଅଭିଯାନ ସମୟରେ ସେହି ବାଟ ଦେଇ ଯାଉଥିବା ସେଣ୍ଟ କିଟସ୍ ଆଣ୍ଡ ନୋଭିସ୍‌ର ପତାକା ଥିବା ବାଣିଜ୍ୟ ଜାହାଜ ‘ଏମ୍ଭି ଜାବଲ ଅଲ୍ଲୀ ୯’ ମଧ୍ୟ ଏଥିରେ ସାମିଲ ହୋଇଥିଲା। ଏହି ଜାହାଜ ସୋହାରରୁ ମୁମ୍ବାଇ ଆଡକୁ ଯାଉଥିଲା। ଆମେରିକା ପି-୮ ବିମାନର ଅନୁରୋଧେରେ ଜାହାଜକୁ ସଙ୍କଟଗ୍ରସ୍ତ ଡଙ୍ଗା ଓ ଆଡକୁ ପଠାଇ ଦିଆଯାଇଥିଲା। ଯାହାଫଳରେ ଯାତ୍ରୀଙ୍କୁ ସାହାଯ୍ୟ କରିହେବ।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଜାହାଜରେ ଥିବା ସବୁ ୧୪ ଯାତ୍ରୀ ଭାରତୀୟ ନାଗରିକ। ବର୍ତ୍ତମାନ ତାଙ୍କର ସ୍ଥିତିକୁ ନେଇ କୌଣସି ଅଫିସିଆଲ ସୂଚନା ସାମନାକୁ ଆସିନାହିଁ, କିନ୍ତୁ ଉଦ୍ଧାର ଅଭିଯାନ ଉପରେ ଲଗାତାର ନଜର ରଖାଯାଇଛି। ଏହି ଘଟଣା ଓମାନର ପୂର୍ବ ଉପକୂଳ ନିକଟରେ ଘଟିଛି, ଯାହାକି ହର୍ମୁଜ ପାଖାପାଖି ରହିଛି। ନିକଟରେ ଆମେରିକା-ଇରାନ ଉତ୍ତେଜନା ଓ ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷ କାରଣରୁ ଏହି ଅଞ୍ଚଳ ଖୁବ୍ ସମ୍ବେଦନଶୀଳ ଓ ରଣନୈତିକ ରୂପରେ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ଆହୁରି ପଢନ୍ତୁ :ଲୋକସଭାରେ ବଢିବ ଏନ୍‌ଡିଏର ନମ୍ବର ? ଉଦ୍ଧବଙ୍କ ବୈଠକରେ ପହଁଞ୍ଚିଲେନି ବହୁ ସାଂସଦ, ଫୋନ୍ ବି ବନ୍ଦ