ଖୋର୍ଦ୍ଧା, ୭।୨ : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଅଞ୍ଚଳରେ ପୁଲିସକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ଅଞ୍ଚଳରେ ବାଇକ୍ ଚୋରି ଅଭିଯୋଗ ଥାନାରେ  ବଢୁଥିଲା।  ଖୋର୍ଦ୍ଧା ଏସପିଙ୍କ ନିର୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୫ଟି ଚୋରା ମୋଟରସାଇକେଲ ଜବତ କରାଯାଇଛି ।

୬ ତାରିଖ ସନ୍ଧ୍ୟା ସମୟରେ ନିରାକାରପୁର କଲେଜ ଛକ ନିକଟରେ ସାଧାରଣ ପାଟ୍ରୋଲିଂ ସମୟରେ ଏକ ସନ୍ଦେହଜନକ ବାଇକ୍ ଚାଳକକୁ ଅଟକାଇଥିଲା ପୁଲିସ । ଏହି ସମୟରେ ସେ ଫେରାର ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଧରିଥିଲା । ବାଇକ୍ ସମ୍ପର୍କିତ କାଗଜପତ୍ର ଦେଖାଇ ପାରିନଥିବାରୁ ତଦନ୍ତ କରାଯାଇଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ, ଏହି ଅଭିଯୁକ୍ତ ସହ ଅନ୍ୟ ସହଯୋଗୀମାନେ ଜଟଣୀ, ଖୋର୍ଦ୍ଧା ସହର, ପୁରୀ ଓ ପାର୍ଶ୍ଵବର୍ତ୍ତୀ  ଜିଲ୍ଲାରୁ ମୋଟରସାଇକେଲ ଚୋରି କରି ବିକ୍ରି କରୁଥିଲେ ।  ପୁଲିସ ଚଢ଼ାଉରେ ୧୫ଟି ଚୋରା ମୋଟରସାଇକେଲ, ଭଙ୍ଗା ମୋଟରସାଇକେଲ ଯନ୍ତ୍ରାଂଶ ଓ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଜବତ ବାହନ ମଧ୍ୟରେ ହିରୋ ଗ୍ଲାମର, ହିରୋ ସ୍ପ୍ଲେଣ୍ଡର, ପଲସର ୨୨୦F, ହୋଣ୍ଡା ସିବି ୟୁନିକର୍ଣ୍ଣ, ହିରୋ HF ଡିଲକ୍ସ ଓ CT 110X ଭଳି ଗାଡ଼ି ରହିଛି ।

ଆହୁରି ପଢନ୍ତୁ : ବାଇକ୍‌କୁ ଧକ୍କା ଦେଲା ଟ୍ରକ : ୨ ମୃତ