ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼କୁ ପୂରିଲା ୧୬ ବର୍ଷ, ମେଘ ଦେଖିଲେ ପଶୁଛି ଛନକା

Published By : Rasmita Pradhan | March 31, 2025 8:32 AM

ରାଜକନିକା,୩୦ା୩ : ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ଅପରାହ୍ଣ ୩.୪୫ ମିନିଟ୍‌ । କେହି କିଛି ବୁଝିବା ଆଗରୁ ସାରା ରାଜକନିକାକୁ ସ୍ତବ୍ଧ କରି କାଳବୈଶାଖୀ ତାଣ୍ଡବ ରଚିଲା । ୪ ମିନିଟ ମଧ୍ୟରେ ସବୁ ଛାରଖାର ହୋଇଗଲା । ଚାନ୍ଦବାଲି ଠାରେ ବୈତରଣୀ ନଦୀରୁ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣିଝଡ଼ କନିକା ସଦରର ଓସ୍ତିଆ ଗାଁ ଉପରଦେଇ ବଡ଼ଜୋରମୁହଁ ପର୍ଯ୍ୟନ୍ତ ମାତ୍ର ୪ ମିନିଟରେ ସବୁ କିଛି ଓଲଟ ପାଲଟ କରିଦେଇଥିଲା । ଇତି ମଧ୍ୟରେ ଘୂର୍ଣ୍ଣିଝଡ଼କୁ ୧୬ ବର୍ଷ ପୂରିଛି । ଆଜି ବି ମେଘ ଦେଖିଲେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କ ମନରେ ଛନକା ପଶୁଛି । ଭୟରେ ଲୋମ ଟାଙ୍କୁରି ଉଠୁଛି । ପ୍ରଳୟର ସ୍ମୃତି ଏବେ ବି ସତେଜ ରହିଛି । 

ସେଦିନ ୨୮୫ କିମିରୁ ଅଧିକ ବେଗରେ ପବନ ବହିବା ସହ ବର୍ଷା ମାଡ଼ରେ ଓସ୍ତିଆ, ତଇଳା, ବାଘବୁଦା, ଗୋବିନ୍ଦପୁର, କଲୋନୀ, ଅଚ୍ୟୁତପୁର, ଆରସା, ମନେଇଡିହ, ଗଞ୍ଜା, ମଙ୍ଗଳପୁର, ମକୁନ୍ଦପୁର, ଦଶଭଗାରିଆ, ବଡ଼ଜୋରମୁହଁ, ଡାଳିକାଏନ୍ଦା ଗାଁରେ ତାଣ୍ଡବ ରଚିଥିଲା । ନଦୀରେ ଥିବା ବାଲି ବାଝେଇ ଡଙ୍ଗାକୁ ଉପରକୁ ଆଣି କଚାଡ଼ି ଦେବାରୁ ୬ ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେହିପରି ଚଳନ୍ତା ବାଲି ବାଝେଇ ଟ୍ରାକ୍ଟରକୁ ଉଡ଼େଇ ନେବାରୁ ଏଥିରେ ଥିବା ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । କୋଠାଘରର ଛାତକୁ ତୁଳା ଭଳି ଉଡ଼ାଇ ନେଇଯିବା ସହ ପବନରେ ୧୪ ଟି ଗାଁକୁ ଧ୍ୱଂସସ୍ତୁପରେ ପରିଣତ କରିଥିଲା । ଆଜି ବି ସେଦିନର ସେହି ତାଣ୍ଡବକୁ ଏହି ଅଞ୍ଚଳର ଲୋକମାନେ ଭୁଲି ପାରିନାହାନ୍ତି । ଆକାଶରେ ମେଘ ଆସିଲେ ଛାନିଆ ହୋଇଯାଉଛନ୍ତି । 

ସେଦିନ ଘୂର୍ଣ୍ଣିଝଡ଼ର ମାଡ଼ରେ ଶାରୀରିକ ଅକ୍ଷମ ହୋଇଥିବା ଗଞ୍ଜା ଗ୍ରାମର ରଞ୍ଜୁ ସାମଲ, ଅଶୋକବଜାରର କନକ ଅପା, ଦଶଭଗାରିଆ ଗ୍ରାମର ପାତ ଅପା ସବୁଦିନ ପାଇଁ ବେସାହାରା ହୋଇ ଜୀବନ ବିତାଉଛନ୍ତି । ଏହି ଘୁର୍ଣ୍ଣିଝଡ଼ରେ ମୋଟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬୭ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ବହୁ ଲୋକ ଆଜି ବି ଅକର୍ମଣ୍ୟ ହୋଇ ରହିଛନ୍ତି । ସେଦିନର ସେହି ଲୋମ ଟାଙ୍କୁରା ଘଟଣାକୁ ମନେ ପକାଇ ଆଜି ବି ସେହି ସବୁ ଗ୍ରାମର ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠୁଛି । ଏତେ ବଡ଼ ବିପର୍ଯ୍ୟୟ ପରେ ବି କ୍ଷତିଗ୍ରସ୍ତଙ୍କୁ ସଠିକ୍‌ ଭାବରେ ସରକାରୀ ସହାୟତା ମିଳିପାରି ନାହିଁ । ଘର ଭାଙ୍ଗିବା ଲାକେ ଘର ନ ପାଇବା, ମୃତାହତ ପରିବାର ସାମାନ୍ୟ ସାହାଯ୍ୟ ପାଇ ନିଜକୁ ବୁଝେଇ ଦେଇଥିବା ବେଳେ ୧୬ ବର୍ଷ ତଳର ସ୍ମୃତି ଆଜିର ଦିନରେ ବେଶ ସତେଜ ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.