ନୂଆଦିଲ୍ଲୀ, ୩୧/୧୨ : ଆଗାମୀ ବର୍ଷ ଆରମ୍ଭ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନରେ ବର୍ଡ଼ର – ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ୍ ସହ କରିବ ।

ଏହାପରେ ଭାରତ ଜାନୁଆରୀ- ଫେବୃଆରୀରେ ଇଂଲଣ୍ଡ ସହ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ଓ୍ବାନଡେ ଏବଂ ୫ଟି-୨୦ ଖେଳାଯିବ ।

ଏହାପରେ ଭାରତ ଲାଗି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ ଚାମ୍ପିୟନ୍ସ ଟ୍ରଫି । ଫେବୃଆରୀ-ମାର୍ଚ୍ଚରେ ଭାରତ ୟୁଏଇରେ ଖେଳିବ ଚାମ୍ପିୟନ୍ସ ଟ୍ରଫିର ନିଜ ମ୍ୟାଚ୍ ।

ଏହାପରେ ଭାରତୀୟ ଖେଳାଳୀ ମାର୍ଚ୍ଚରୁ ମଇ ପର୍ଯ୍ୟନ୍ତ ଆଇପିଏଲ୍ ଖେଳୁଥିବା ନଜର ଆସିବେ । ଆଇପିଏଲ ଖେଳିବା ପରେ ଜୁନ- ଅଗଷ୍ଟ ପର୍ଯ୍ୟନ୍ତ ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ରହିବ । ଯେଉଁଠାରେ ତାକୁ ୫ମ୍ୟାଚର ସିରିଜ ଖେଳାଯିବାକୁ ଅଛି ।

ଇଂଲଣ୍ଡ ଗସ୍ତ ପରେ ତୁରନ୍ତ ଭାରତୀୟ ଟିମ୍ ବାଙ୍ଗଲାଦେଶ ଯିବ। ଯେଉଁଠାରେ ତାକୁ ୩ ଓ୍ବାନଡେ ଏବଂ ୩ଟି-୨୦ ମ୍ୟାଚର ସିରିଜ ଖେଳିବାକୁ ହେବ ।

ସେପ୍ଟେମ୍ବରରେ ଭାରତୀୟ ଟିମ୍ ଦ୍ବିତୀୟ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବ । ଭାରତ ଏସିଆ କପ୍ ହୋଷ୍ଟ କରିବ । ଏସିଆ କପ୍ ପରେ ଭାରତୀୟ ଟିମ୍ ଅକ୍ଟୋବରର ଦୁଇ ଟେଷ୍ଟ ମ୍ୟାଚ୍ ଲାଗି ଓ୍ବେଷ୍ଟଇଣ୍ଡିଜ ଯିବ।

ଏହାପରେ ଅକ୍ଟୋବର- ନଭେମ୍ବରରେ ଭାରତ ୩ଓ୍ବାନଡେ ଏବଂ ୫ ଟି-୨୦ ମ୍ୟାଚର ସିରିଜ ଖେଳିବାକୁ ଅଷ୍ଟେ୍ରଲିଆ ଯିବ । ଏହାପରେ ଭାରତ ଦକ୍ଷିଣ ଆଫ୍ରିକାର ସହ ଖେଳିବ । ଯେଉଁଠାରେ ଉଭୟ ଦେଶ ମଧ୍ୟରେ ୨ଟେଷ୍ଟ, ୩ଓ୍ବାନଡେ ଏବଂ ୫ଟି-୨୦ ମ୍ୟାଚ୍ ଖେଳାଯିବ ।
