ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିପୁଳ ପରିମାଣର ଦେଶୀ ମଦ ଜବତ, ୩ ଗିରଫ

Published By : Rasmita Pradhan | October 17, 2024 12:20 PM

ଭାପୁର, ୧୭।୧୦ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍। ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ। ୩ ବେପାରୀ କୋର୍ଟ ଚାଲାଣ କରାଯାଇଛି। ଗୁରୁବାର ସକାଳ ସାଢେ଼ ୭ଟା ସମୟରେ କଟକ ଅବକାରୀ ଓ ଖଣ୍ଡପଡ଼ା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି।

ଅବକାରୀ ବିଭାଗର ସୂଚନା ଅନୁଯାୟୀ, ପୂର୍ବରୁ ଫତେଗଡ ଥାନା ଅନ୍ତର୍ଗତ ଭାପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମରେ ଚୋରାରେ ଦେଶୀ ମଦ ପାଉଚ୍ କରି ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା। ଅଭିଯୋଗ ଅନୁଯାୟୀ ଗୁରୁବାର ସକାଳେ ଚଢ଼ାଉ ସମୟରେ ୨୩ଶହ ଲିଟର ଦେଶୀ ମଦ, ଦୁଇଟି ମେସିନ, ଗାଡ଼ି ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିଲା ବେଳେ ଜଣେ ଫେରାର ହୋଇଯାଇଥିଲେ। ଗିରଫ ବ୍ୟକ୍ତି ହେଲେ ଦାଶରଥି ନାୟକ, ଅଶୋକ କୁମାର ସାହୂ ଓ ସୁଶାନ୍ତ କୁମାର ସାହୁ । ଦୀପକ କୁମାର ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଚଢ଼ାଉରେ କଟକ ଅବକାରୀ ଅଧିକାରୀ ଧିରେନ କୁମାର ବେହେରା,ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ ଶ୍ରୀଧର ପଲେଇ, ମମତା ଦାଶ, ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଖଣ୍ଡପଡ଼ା ଅବକାରୀ ଏସାଆଇ ଦୀପକ କୁମାର ଜେନା ପ୍ରମୁଖ ସାମିଲ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.