ନୂଆଦିଲ୍ଲୀ,୬।୩:  ମୁମ୍ବାଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତେହବୁର ହୁସେନା ରାଣା ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛି। କୁହାଯାଉଛି ଯେ, ସେ ଭାରତରେ ତା’ର ପ୍ରତ୍ୟର୍ପଣ ରୋକିବାକୁ ଚାହୁଁଛି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୬ ଜଣ ଆମେରିକୀୟଙ୍କ ସହିତ ମୋଟ ୧୬୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୦ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇର ପ୍ରମୁଖ ସ୍ଥାନରେ ଲୋକଙ୍କ ଉପରେ ଆକ୍ରମଣ କରାଯାଇଥିଲା। 

ଖବର ଅନୁସାରେ, ରାଣା ନିଜର ପ୍ରତ୍ୟର୍ପଣ ଉପରେ ଜରୁରୀକାଳୀନ ରୋକ ଲଗାଇବାକୁ ଚାହୁଁଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ରାଣାର କହିବା ଅନୁସାରେ, ଏହି କଥାର ଖୁବ୍ ସମ୍ଭାବନା ରହିଛି ସେ ପାକିସ୍ତାନର ମୁସଲମାନ ହେବା କାରଣରୁ ତାକୁ ଭାରତରେ ଖୁବ୍ ନିର୍ଯାତନା ଦିଆଯିବ। ବର୍ତ୍ତମାନ ଏହାକୁ ନେଇ ଔପଚାରିକ ଭାବରେ କୌଣସି ସୂଚନା ମିଳିନି। ୬୩ ବର୍ଷୀୟ ରାଣା ଆମେରିକାର ଲସ୍ ଆଞ୍ଜେଲସ୍‌ ଜେଲ୍‌ରେ ଅଛି।

ରିପୋର୍ଟ ଅନୁସାରେ, ରାଣା ନିଜ ଆବେଦନରେ କହିଥିଲା ସେ ବହୁ ରୋଗରେ ପୀଡିତ। ଯେପରିକି ଆଡଭାନ୍ସ କାର୍ଡିଆକ୍ ଏନ୍ୟୁରିଜିମ୍, କଙ୍ଗନିଟିଭ ଡେକଲାଇନ୍ ସହ ପାର୍କିନସନ୍ ଓ ବ୍ଲଡ କ୍ୟାନସରରେ ପୀଡି। ତା’ର ଓକିଲଙ୍କ କହିବା ଅନୁସାରେ, ସେ ହୁଏତ ଟ୍ରାଏଲର ସାମନା କରିବା ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିନପାରେ। ଗତ ମାସ ଆମେରିକା ଯାତ୍ରାରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ମଧ୍ୟରେ ରାଣା ପ୍ରତ୍ୟର୍ପଣର ପ୍ରସଙ୍ଗ ଉଠାଯାଇଥିଲା। ସେତେବେଳେ ଟ୍ରମ୍ପ ଘୋଷଣା କରିଥିଲା ଯେ, ତାଙ୍କ ପଟୁ ରାଣା ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦିଆଯାଇଛି। 

ହମାସକୁ ଆତଙ୍କୀ ସଂଗଠନ ଘୋଷଣା କରୁ ଭାରତ, ଚାପ ପକାଉଛି ଇସ୍ରାଏଲ: ପିଓକେ ସହ ରହିଛି କନେକ୍ସନ