ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବିଜୟନଗର ଗାଁରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୩ ବଖରା ଘର

Published By : Harapriya Sethi | November 18, 2024 9:58 AM

କେନ୍ଦ୍ରାପଡ଼ା,୧୮/୧୧: ବିଜୟନଗର ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ନିଆଁ ଲାଗି ମିଞ୍ଜିଆ ବାରିକଙ୍କର ଗୋଟିଏ ବଖରା ପୋଡି ଯାଇଥିବା ବେଳେ କୈଳାସ ବାରିକଙ୍କର ଦୁଇ ବଖରା ନଡାଛପର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି। ଘରେ ନିଆଁ ଲାଗିବାରୁ ସମସ୍ତ ଆସବାବପତ୍ର, ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ସହ ଘର ମଧ୍ୟ ପୋଡି ନଷ୍ଟ ହୋଇ ଯାଇଛି  । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହି ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବିଜୟନଗର ଗ୍ରାମରେ ଏଭଳି ଅଘଟଣ ଘଟିଛି । 

ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ମିଞ୍ଜିଆ ବାରିକ ଏବଂ କୈଳାସ ବାରିକଙ୍କ ପରିବାର ଲୋକେ ଘରେ ଶୋଇଥିଲେ । ବିଳମ୍ୱିତ ରାତିରେ ସମସ୍ତେ ଶୋଇଥିବା ବେଳେ ଉଭୟଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା । କିଛି ସମୟ ମଧ୍ୟରେ ଘର ଭିତରେ ଧୁଆଁ ହେବାରୁ ସମସ୍ତେ ନିଆ ଲାଗିଥିବା ଜାଣି ପାରିଥିଲେ । କେହି କିଛି ଭାବିବା ପୂର୍ବରୁ ଏହି ନିଆଁ ଭୟାବହ ଅଗ୍ନିକାଣ୍ଡର ରୂପ ନେଇଥିଲା । ସମସ୍ତେ ଜୀବନ ବଞ୍ଚାଇ ଘର ବାହାରକୁ ଦୌଡ଼ି ଯାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏହାରି ଭିତରେ ଉଭୟ ପରିବାରର ୩ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ସମସ୍ତ ଆସବାବପତ୍ର ସହ ବର୍ଷକ ପାଇଁ ରଖାଯାଇ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇ ଯାଇଛି । ତେବେ ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.