ନୂଆଦିଲ୍ଲୀ,୦୬/୦୪; ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ । ଓଡ଼ିଆରେ ଶପଥ ନେଲେ ୩ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର । ଆସାମ ନିର୍ବାଚନରୁ ଫେରିଲେ ଶପଥ ନେବେ ସୁଜିତ କୁମାର । ବିଜେପିରୁ ମନମୋହନ ଏବଂ ସୁଜିତ ନିର୍ବାଚନ ଜିତିଥିଲେ । ବିଜେଡିରୁ ସଂତୃପ୍ତ ମିଶ୍ର ଜିତିଥିଲେ । ସ୍ବାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦିଲୀପ ରାୟ । ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସାଂସଦମାନେ ବି ଶପଥ ନେଇଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ ରାଜ୍ୟସଭା ସଦସ୍ୟ ଶପଥ ନେଇଛନ୍ତି । ଏନସିପି ନେତା ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ ଏବଂ ଡିଏମକେର ତିରୁଜି ସେଭା ଶପଥ ନେଇଛନ୍ତି ।

ଏହା ବି ପଢନ୍ତୁ...​​​​​​​ଯୁଦ୍ଧ ବିଭୀଷିକା ମଧ୍ୟରୁ ଫେରିଲେ ୩୪୫ ଭାରତୀୟ ପୁଅ, ଇରାନରୁ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତ

​​​​​ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବାଜି ମାରିଥିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ।  କଂଗ୍ରେସ ଓ ବିଜେଡି ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଦିଲ୍ଲୀପଙ୍କ ଠାରୁ ପରାଜିତ ହୋଇଥିଲେ । ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ୩୫, ସୁଜିତ କୁମାର ୩୫ ଓ ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମ ପସନ୍ଦ ଭୋଟରେ ବିଜେପିର ମନମୋହନ, ସୁଜିତ ଓ ବିଜେଡିର ସଂତୃପ୍ତ  ବିଜୟୀ ହୋଇଥିଲେ ।

ତେବେ ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥିତ  ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟରେ ଲଢେଇ ହୋଇଥିଲା ।  ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ୨୩ ଖଣ୍ଡ ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ସେହିପରି  ବିଜେପି ସମର୍ଥିତ  ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ୨୩ ଖଣ୍ଡ ଭୋଟ ମିଳିଥିଲା ।  କିନ୍ତୁ ବିଧାୟକଙ୍କ  ଦ୍ବିତୀୟ ପସନ୍ଦ ଭୋଟରେ ବାଜି ଓଲଟିଥିଲା ।  ବିଧାୟକଙ୍କ ଦ୍ବିତୀୟ ପସନ୍ଦ ଭୋଟରେ  ଦିଲ୍ଲୀପ ବାଜି ମାରିଥିଲେ ।  ଦତ୍ତେଶ୍ବର ପରାଜୟ ହୋଇଥିଲେ ।