ଢେଙ୍କାନାଳ ୧୦।୨ : ଜାଳେଣୀ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଜଙ୍ଗଲ ଭିତରେ ହାତୀ ପଲଙ୍କ ହାବୁଡରେ ପଡିଥିଲେ। ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ସଂରକ୍ଷିତ ଜଙ୍ଗଲରେ ଏହି ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଲୋଚାପଲ୍ଲୀ ଗାଁର ଇନ୍ଦୁମତି ପ୍ରଧାନ, କୁନ୍ତଳା ପ୍ରଧାନ, ଟୁନି ଦେହୁରୀ ।
ଖବର ଅନୁଯାୟୀ, ୧୦ ରୁ ୧୫ ଜଣ ମହିଳା କାଠ ସଂଗ୍ରହ ପାଇଁ ସଦର ରେଞ୍ଜ ପାଟପୁରୀ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ହେଲେ ଜଙ୍ଗଲରେ ହାତୀ ପଲଙ୍କ ହାବୁଡ଼ରେ ସମସ୍ତ ମହିଳା ପଡିଥିଲେ । ହାତୀପଲଙ୍କ ଆକ୍ରମଣରେ ଘଟଣାସ୍ଥଳରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ଆଉ ୩ ଜଣ ଗରୁତର ହୋଇଥିଲେ। ହାତୀ ଆକ୍ରମଣ ବଞ୍ଚିଯାଇଥିବା ମହିଳାଙ୍କ ଠାରୁ ଖବର ପାଇ ଗ୍ରାମବାସୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ଏବଂ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।