ମୋହନା ୧୪।୨:   ଓଭରଟେକ୍‌ ବେଳେ  ରାସ୍ତା କଡ଼ରେ ଥିବା ପାହାଡରେ ପିଟିହେଲା ବସ୍ । ବସ୍ ରେ  ଥିବା ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ କଲେଜ ନିକଟରେ ଏଭଳି ଦୁର୍ଘଟଣା ଘଟିଛି l

ଏକ ଘରୋଇ ବସ୍ ରା.ଉଦୟଗିରିରୁ ବ୍ରହ୍ମପୁର ଯାଉଥିଲା l ଚାନ୍ଦିପୁଟ କଲେଜ ନିକଟରେ ଅନ୍ୟ ଏକ ବସକୁ ଓଭରଟେକ୍ କରିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ପାହାଡ ସହ ଧକ୍କା ହୋଇଥିଲା l ଦୁର୍ଘଟଣା ଫଳରେ ବସ୍ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହେଉଛନ୍ତି l ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି l ସମସ୍ତ ଆହତଙ୍କୁ ମୋହନା ଓ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି l

ଆହୁରି ପଢନ୍ତୁ : ଋଣ ଟଙ୍କା ପରିଶୋଧକୁ ନେଇ ହତ୍ୟାକାଣ୍ଡ : ସ୍ତ୍ରୀକୁ ପିଟିପିଟି ହତ୍ୟା, ସ୍ବାମୀ ସମେତ ୫ ଗିରଫ