ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବୀରମହାରାଜପୁରରେ ପାଣ୍ଡିଆନଙ୍କ ପ୍ରଚାର; ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି ବୋଲି କହିଲେ ପାଣ୍ଡିଆନ୍

ବୀରମହାରାଜପୁର, ୫।୫: ବୀରମହାରାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର । ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ମୁଖ୍ୟମନ୍ତ୍ରୀ ଦିନରାତି ପରିଶ୍ରମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି । ବିରୋଧୀଙ୍କର କଥା ବେଶି, କାମ କମ୍‌ । ବନ୍ୟା, ମରୁଡ଼ି, ସୁଖ ଦୁଃଖ ସବୁଥିରେ ମୁଖ୍ୟମନ୍ତ୍ରୀ ଆପଣଙ୍କ ସାଥିରେ ଅଛନ୍ତି । କାମର ହିସାବ ଦିଅନ୍ତି, ସେବାରେ ବିଶ୍ୱାସ କରନ୍ତି । କିନ୍ତୁ, ବିରୋଧୀ ଭୋଟ୍ ପାଇଁ ଆସନ୍ତି, କାମ ପାଇଁ ନୁହେଁ । 

୫ ବର୍ଷରେ ଥରେ ଆସିବେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବୁ, ଘୋଡ଼ା ଦେବୁ ହାତୀ ଦେବୁ ବୋଲି କହିବେ, ହେଲେ ଭୋଟ ସରିଲେ ସବୁ ଭୁଲିଯିବେ ବୋଲି କହିଛନ୍ତି ପାଣ୍ଡିଆନ୍ । ୨ କୋଟି ଚାକିରି ଓ ଦୁଇ ଗୁଣ MSP କୁଆଡ଼େ ଗଲା ? ବୋଲି ଭିକେ ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ୯୫% କଲେଜ ପିଲା ବୃତ୍ତି ପାଉଛନ୍ତି, ୧୦ ହଜାର ଝିଅ, ୯ ହଜାର ପୁଅ । ପାତଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ମଞ୍ଜୁର ହୋଇଛି । ବୀରମହାରାଜପୁରରେ ୩୦୦୦ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ମଞ୍ଜୁର କରାଯାଇଥିବା ସେ କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.