ଭୁବନେଶ୍ୱର, ୧୦/୦୨ : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ୧୪୪ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୩ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହାଦ୍ୱାରା ରାଜ୍ୟରେ ୪୧୧୧.୮୦ କୋଟିର ନିବେଶ ଏବଂ ୯୨୨୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧୧ ଜିଲାରେ ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାପନ ହେବ । ନଦର୍ଣ୍ଣ ଏକ୍ସପ୍ରେସ ଇନଫ୍ରା ଡେଭଲପର୍ସ ପ୍ରାଇଭେଟ ଲିମିଟେଡ ଭଦ୍ରକରେ ଜାହାଜ ନିର୍ମାଣ ଏବଂ ମରାମତି କାରଖାନା ବସାଇବାକୁ ଯାଉଛି । ୩୩୯.୪୦ କୋଟି ନିବେଶ ସହ ଏହା ରାଜ୍ୟକୁ ନୌପରିବହନ ଶିଳ୍ପ ହବ୍ ଭାବେ ବିକଶିତ କରିବ । ମେକାନିକାଲ ଏବଂ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡ୍ସ କ୍ଷେତ୍ରରେ ନିଫା ଲିମିଟେଡ ଖୋର୍ଦ୍ଧାରେ ରେଳ ଯନ୍ତ୍ରାଂଶ କାରଖାନା ବସାଇବ । କମ୍ପାନି ୩୮୪ କୋଟି ନିବେଶ କରିବାକୁ ଥିବା ବେଳେ ୩୧୦ ଲୋକ ଏଥିରେ ନିଯୁକ୍ତି ପାଇବେ । ଇନଭେଣ୍ଟଗ୍ରୀଡ ପ୍ରାଇଭେଟ ଲିମିଟେଡ ଗଞ୍ଜାମରେ ଅତ୍ୟାଧୁନିକ ଡ୍ରୋନ ମାନୁଫାକ୍ଚରିଂ ଫାସିଲିଟିରେ ୩୦୦ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି । ଏଠାରେ ୧ ହଜାର ନିଯୁକ୍ତି ଆସିବ ।
ଖୋର୍ଦ୍ଧାରେ ଜେଜି ହୋସେରି ପ୍ରାଇଭେଟ ଲିମିଟେଡ ୧୦୦ କୋଟି ନିବେଶ ସହ ଏକ ପୋଷାକ କାରଖାନା କରିବ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୧୪୯.୭୬ ନିୟୁତ ୟୁନିଟ ରହିବ । ଏଠାରେ ୨୩୫୦ ଲୋକଙ୍କୁ ନିଯୁକ୍ତି ମିଳିବ । ଏହାବାଦ ଖୋର୍ଦ୍ଧାରେ ଆଲ୍ଭେଣ୍ଟା ଫାର୍ମା ୧୦୦ କୋଟି ବିନିଯୋଗରେ ଏକ ଫାର୍ମା ୟୁନିଟ ବସାଇବା ଯୋଜନା ରଖିଛି । ସେହିଭଳି ବ୍ଲୁ ମାଉଣ୍ଟ ଏନର୍ଜି ପ୍ରାଇଭେଟ ଲିମିଟେଡ କଟକରେ ୧୦୦ କୋଟି ନିବେଶରେ ବାର୍ଷିକ ୧୭ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ସର୍ବିତୋଲ ୟୁନିଟ ବସାଇବ । ଗ୍ରୋଇଙ୍ଗ ଟ୍ରି ଅଏଲ ରିଫାଇନାରି ପ୍ରାଇଭେଟ ଲିମିଟେଡ ଏକ ସମନ୍ୱିତ ସଲଭେଣ୍ଟ ଏକ୍ସଟ୍ରାକ୍ସସନ ୟୁନିଟ, ଅଏଲ ରିଫାଇନାରି, ମାଛ ଖାଦ୍ୟ, ଗୋଖାଦ୍ୟ ଏବଂ କୁକୁଡା ଖାଦ୍ୟ ୟୁନିଟ କରିବ । ଏଥିରେ ୧୦୦ କୋଟି ନିବେଶ ହେବ । ସର୍ଭେଶ ରିଫ୍ରାକ୍ଟୋରିଜ ଲିମିଟେଡ ୬୨ କୋଟିରେ ସୁନ୍ଦରଗଡରେ ସିଲିକା ବ୍ରିକ୍ ମାନୁଫାକଚରିଂ ୟୁନିଟ କରିବ । ସେହିଭଳି ଝାଡଖଣ୍ଡ ଗ୍ରାଇଣ୍ଡକେମ୍ ପ୍ରାଇଭେଟ ଲିମିଟେଡ ଯାଜପୁରରେ ୬୭.୧୫ କୋଟି ବିନିଯୋଗରେ ଏକ ରିଫ୍ରାକ୍ଟୋରିଜ ବସାଇବ । ରାମ୍କୋ ଆଲୁମିନେଟ୍ (କୋରାପୁଟ) ଲିମିଟେଡ ୫୪.୫୦ କୋଟିରେ କୋରାପୁଟରେ ଏକ ଆଲୁମିନା ଭିତ୍ତିକ ରିଫ୍ରାକ୍ଟୋରି ସ୍ଥାପନ ଲକ୍ଷ୍ୟ ରଖିଛି ।
ୟଶ ଫ୍ଲେକ୍ସିପ୍ୟାକ୍ ପ୍ରାଇଭେଟ ଲିମିଟେଡ ୫୧ କୋଟିରେ ବାଲେଶ୍ୱରରେ ୧୨,୪୦୦ ମେଟ୍ରିକ ଟନ୍ର ଏକ ପ୍ୟାକେଜିଂ ୟୁନିଟ କରିବ । ଜେବିଏସ୍ଏସ୍ ପ୍ରାଇଭେଟ ଲିମିଟେଡ ୫୦.୮୫ କୋଟି ବିନିଯୋଗରେ କଟକରେ ଏକ ଗ୍ଲାସ ମାନୁଫାକଚରିଂ ୟୁନିଟ ବସାଇବାକୁ ଯାଉଛି । କଳିଙ୍ଗ ମେଟାଲିକ୍ସ ଲିମିଟେଡ ସୁନ୍ଦରଗଡରେ ୬୦୦ କୋଟି ବିନିଯୋଗରେ ବାର୍ଷିକ ୪ ନିୟୁତଟନ୍ ଲୁହା ପଥର ବେନିଫିକେସନ ୟୁନିଟ କରିବ । ସେହିଭଳି ଶ୍ରୀରାମ ଆଇରନ ଆଣ୍ଡ୍ ଆଲଏ ପ୍ରାଇଭେଟ ଲିମିଟେଡ ଦେବଗଡରେ ୨୫୦ କୋଟିରେ ବାର୍ଷିକ ୦.୮ ନିୟୁତ ଟନ୍ ପେଲେଣ୍ଟ ପ୍ଲାଣ୍ଟ କରିବ । ରଶ୍ମି ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ୩.୦ ନିୟୁତ ଟନ୍ ବେନିଫିକେଶନ ପ୍ଲାଣ୍ଟ ଏବଂ ଟେଲିଂ ପଣ୍ଡ୍ ଲାଗି ୩୫୦ କୋଟି ନିବେଶ ଯୋଜନା ରଖିଛି । ଆର୍ଯ୍ୟାସ ଓର୍ ରିଫାଇନାରି ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡରେ ୫୧ କୋଟିରେ ବେନିଫିକେସନ ପ୍ଲାଣ୍ଟ, ୬୦.୦୫ କୋଟି ବିନିଯୋଗରେ ଇଷ୍ଟସାଇଡ ଶୁଭ ଷ୍ଟିଲ ପ୍ରାଇଭେଟ ଲିମିଟେଡର ଇସ୍ପାତ ପ୍ରକ୍ରିୟାକରଣ ୟୁନିଟକୁ ମଧ୍ୟ ମଞ୍ଜୁରି ମିଳିଛି । ସ୍ରିଷ୍ଟି ଟ୍ରେଡିଂ କର୍ପୋରେସନ ପ୍ରାଇଭେଟ ଲିମିଟେଡ କଟକରେ ୧୬୦.୭୫ କୋଟିରେ ଏକ ଲଜିଷ୍ଟିକ୍ସ ପାର୍କ ଏବଂ ୱେୟାରହାଉସିଂ ଫାସିଲିଟି ବସାଇବ । ଏମ୍କେ ଆସେଟ୍ସ ପ୍ରାଇଭେଟ ଲିମିଟେଡ ୨୧୦ କୋଟିରେ ଖୋର୍ଦ୍ଧାରେ ୫ତାରକା ହୋଟେଲ, ୨୦୦ କୋଟିରେ ପୁରୀରେ ମଞ୍ଜେରା ହୋଟେଲ ଆଣ୍ଡ ପ୍ରାଇଭେଟ ଲିମିଟେଡର ୫ ଷ୍ଟାର ହୋଟେଲ ଏବଂ ରିସର୍ଟ, ପଣ୍ଡା ରିସର୍ଟ ପ୍ରାଇଭେଟ ଲିମିଟେଡର ୭୦ କୋଟି ବିନିଯୋଗରେ ୪ ଷ୍ଟାର ହୋଟେଲ, ସମ୍ବଲପୁରରେ ୬୪.୧୦ କୋଟିରେ ଶଙ୍କରୀଦେବୀ ଏଣ୍ଟରପ୍ରାଇଜେସର ୪ ଷ୍ଟାର ହୋଟେଲକୁ ମଧ୍ୟ ମଞ୍ଜୁରି ମିଳିଛି । ସେହିଭଳି ୱାଟରଟେକ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ୩୮୭ କୋଟି ବିନିଯୋଗରେ ଗଞ୍ଜାମରେ ପ୍ଲାଷ୍ଟିକ ଭିତ୍ତିକ ୟୁନିଟ ବସାଇବା ଲକ୍ଷ୍ୟ ରଖିଛି ।
ଏହି ଖବରଟିକୁ ପଢନ୍ତୁ- ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ମାମଲାରେ ହାଇକୋର୍ଟଙ୍କ ରାୟ ; ଚାଲାଣ ପୈଠ ନ କଲେ ମିଳିବନି ସାର୍ଟିଫିକେଟ୍