ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

୪୪ଡିଗ୍ରୀ ଉପରେ ୩ ସହର , ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର, ୨୭।୪ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ତାତିରୁ ମିଳୁନି ନିସ୍ତାର ।  ସାରା ରାଜ୍ୟରେ  ଲାଗି  ରହିଛି ଅଗ୍ନିବର୍ଷା । ତତଲା ପବନ ସହ  ଓ ଶୁଷ୍କ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି। ଡହ ଡହ ଟାଣ  ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ ।   କ୍ରମାଗତ ଭାବେ ଗତ କିଛି ଦିନ ଧରି ପାରଦ ଉପର ମୁହାଁ ହେବାରେ ଲାଗିଛି। ୪୪ ଡିଗ୍ରୀ ଡେଇଁଲାଣି ତାତି । ଶନିବାର ୩ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା।  ୪୪.୭  ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।  ଏହା ପଛକୁ ରହିଛି ରାଜଧାନୀ ଭୁବନେଶ୍ବର। ଗତ କିଛି ଦିନ ଧରି ୪୦ ଡିଗ୍ରୀ ଉପରେ ରହୁଥିବା ଭୁବନେଶ୍ବର ଶନିବାର ସମସ୍ତ ରେକର୍ଡ ଭାଙ୍ଗିଥିଲ। ୪୪.୬ ଡିଗ୍ରୀ ଛୁଇଁଥିଲା ପାରଦ। ଏହା ପଛକୁ ରହିଛି ବାରିପଦା। ସେଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରହିଛି।

 ତାତି ଦିନକୁ ଦିନ ଏପରି ବଢୁଛି ଯେ ଶନବାର ୩୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ବୌଦ୍ଧ , ଢେଙ୍କାନାଳ, ଭବାନୀପାଟଣାରେ ୪୩.୭ ଡିଗ୍ରୀ, ନୂଆପଡା ଓ ଝାରସୁଗୁଡାରେ ୪୩.୬ ଡିଗ୍ରୀ, ବଲାଙ୍ଗୀର, ଯାଜପୁର, ତାଳଚେର,ନୟାଗଡରେ ୪୩.୫ ଡିଗ୍ରୀ କଟକରେ ୪୩.୪ ଡିଗ୍ରୀ ଓ ଟିଟିଲାଗଡର ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.