ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହିର ନାମରେ ଲେଖିଲେ 'ବାଇବେଲ', କରୀନାଙ୍କୁ କୋର୍ଟରୁ ନୋଟିସ୍

ମୁମ୍ବାଇ, ୧୧।୫: ବହିକୁ ନେଇ ଫସିଲେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ । ଅଭିନେତ୍ରୀ ୨୦୨୧ ମସିହା ଜୁଲାଇ ମାସରେ ତାଙ୍କର ଏକ ବହି 'କରୀନା କପୁର ଖାନ୍ ପ୍ରେଗ୍‌ନେନସି ବାଇବେଲ'ର ଲଞ୍ଚ କରିଥିଲେ । ବର୍ତ୍ତମାନ ଏହି ବହିର ନାମକୁ ନେଇ ଫସିଛନ୍ତି ଅଭିନେତ୍ରୀ । ଜଣେ ଓକିଲ ବହିରେ 'ବାଇବେଲ' ଶବ୍ଦର ବ୍ୟବହାରକୁ ନେଇ ଆପତ୍ତି କରିବା ସହିତ ଅଭିନେତ୍ରୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏନେଇ କରୀନାଙ୍କୁ କୋର୍ଟକୁ ନୋଟିସ ପଠାଯାଇଛି । 

ସୂଚନା ମୁତାବକ, ହାଇକୋର୍ଟ କରୀନାଙ୍କୁ ନୋଟିସ ଜାରି କରିଛି । ତାଙ୍କ ବହିର ଟାଇଟଲକୁ ନେଇ ଅଭିଯୋଗ ହୋଇଛି ଯେ, ଅଭିନେତ୍ରୀ ବହିର ନାମରେ ବାଇବେଲ ଶବ୍ଦର ବ୍ୟବହାର କରିବା ଦ୍ୱାରା ଖ୍ରୀଷ୍ଟିଆନ ଧର୍ମର ଧାର୍ମିକ ଭାବନାକୁ ଅପମାନ ହୋଇଛି ।  ଜବଲପୁରର ସିବିଲ ଲାଇନର ନିବାସୀ କ୍ରିଷ୍ଟୋଫର ଏଥୋନି ହାଇକୋର୍ଟରେ କରୀନାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ଉପରେ ଅପରାଧିକ ମକଦ୍ଦମା କରିବାକୁ ଦାବି କରିଛନ୍ତି । 

କ୍ରିଷ୍ଟୋଫର ଏଥୋନି ଅଭିଯୋଗ କରିଛନ୍ତି ଯେ, କରୀନା ତାଙ୍କ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଏହି ବହି ଲେଖିଛନ୍ତି । ବହିର କଭରରେ ବାଇବେଲ ଶବ୍ଦର ବ୍ୟବହାର ଆପତ୍ତିଜନକ ଅଟେ । ଏଥୋନିଙ୍କ ଅଭିଯୋଗ ପରେ ଜଷ୍ଟିସ ଗୁରୁପାଲ ସିଂ କରୀନାଙ୍କୁ ନୋଟିସ ପଠାଇଛନ୍ତି । ସେପଟେ ଅଭିଯୋଗକାରୀ ଅଭିନେତ୍ରୀଙ୍କ ଏହି ବହିକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.