ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଏମ୍‌ ମୋଦୀଙ୍କ ବୟସକୁ ନେଇ ଚର୍ଚ୍ଚାରେ କେଜ୍ରିଓ୍ବାଲଙ୍କ ମନ୍ତବ୍ୟ, ଜବାବ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଅନ୍ତରୀଣ ଜାମିନରେ ବାହାରକୁ ଆସିଛନ୍ତି । ଗତକାଲି ବେଲ୍‌ ପାଇ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିବା କେଜ୍ରିଓ୍ବାଲ ଉଭୟ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ବିଜେପି ଜିତିଲେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବେ ? ସେ ଆହୁରି କହିଛନ୍ତି ଯେ, ସେମାନେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କରୁଛନ୍ତି । ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି , ତାଙ୍କର ପ୍ରଧାନମନ୍ତ୍ରୀ କିଏ ହେବେ।

ଏହା ସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ୧୭ ଡିସେମ୍ୱରରେ ୭୫ ବର୍ଷର ହୋଇଯିବେ। ସେ ନିଜେ ହିଁ ୨୦୧୪ରେ ନିୟମ କରିଥିଲେ ଯେ ୭୫ ବର୍ଷ ହୋଇଗଲେ ରାଜନୀତିରୁ ସନ୍ନ୍ୟାସ ନେବା ଜରୁରି । ଏହି କ୍ରମରେ ଏଲକେ ଆଡଭାନୀ, ମୂରଲି ମନୋହର, ସୁମିତ୍ରା ମହାଜନ ପ୍ରମୁଖଙ୍କୁ ସେମାନେ  ରାଜନୀତିରୁ ବିଦାୟ ଦେଇଛନ୍ତି । ସେହିଭଳି ମୋଦୀଙ୍କ ବୟସ ୭୫ ବର୍ଷ ହେବାକୁ ଯାଉଥିବାରୁ ସେ କଣ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ଭୋଟ ମାଗୁଛନ୍ତି । ଅମିତ ଶାହ କଣ ମୋଦିଙ୍କ ଗ୍ୟାରେଣ୍ଟିକୁ ପୂରା କରିବେ କି ବୋଲି କେଜ୍ରିଓ୍ବାଲ ପଚାରିଛନ୍ତି । 

କେଜ୍ରିଓ୍ବାଲଙ୍କ ଏଭଳି ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦୀ ୭୫ ବର୍ଷରେ ରାଜନୀତି ଛାଡ଼ିବା ନେଇ ଦାବି କରି ଭୁଲ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଏଥିରେ ତାଙ୍କର ଆନନ୍ଦିତ ହେବାର କୌଣସି କାରଣ ନାହିଁ ।  ସାମ୍ବାଦିକଙ୍କ ପ୍ରଶ୍ନରେ ଶାହ କହିଛନ୍ତି ଯେ, ‘ମୁଁ ଅରବିନ୍ଦ କେଜ୍ରିଓ୍ବାଲ, କମ୍ପାନି ଏବଂ ଇଣ୍ଡି ମେଣ୍ଟକୁ କହିବାକୁ ଚାହୁଁଛି ବିଜେପିର ସମ୍ବିଧାନରେ ସେଭଳି କିଛି (୭୫ ବର୍ଷ ବୟସସୀମା) ଲେଖାଯାଇ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଏଥର ବି ନିଜର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି । ଭବିଷ୍ୟତରେ ବି ଦେଶକୁ ନେତୃତ୍ବ କରିବେ ପିଏମ ମୋଦୀ । ଏନେଇ ବିଜେପିରେ କୌଣସି ଦ୍ବନ୍ଦ୍ବ ନାହିଁ ।’




ଅନ୍ୟପଟେ କେଜ୍ରିଓ୍ବାଲଙ୍କୁ ମିଳିଥିବା ବେଲ ସଂପର୍କରେ ପ୍ରତିକ୍ରିୟା ଦେଇଛନ୍ତି ଅମିତ ଶାହ । କେଜ୍ରିଓ୍ବାଲଙ୍କୁ ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । କେବେଳ ନିର୍ବାଚନରେ ପ୍ରଚାର ଲାଗି ତାଙ୍କୁ ଏ ଜାମିନ ମିଳିଛି । ଜୁନ୍‌ ୨ରେ ତାଙ୍କୁ ତଦନ୍ତ ଏଜେନ୍ସି ପାଖରେ ହାଜର ହେବାକୁ ପଡ଼ିବ । ଯଦି ସେ ଏହାକୁ କ୍ଲିନ୍‌ ଚିଟ ବୋଲି ଚିନ୍ତା କରୁଛନ୍ତି ତେବେ ସେ ଆଇନକୁ ଦୁର୍ବଳ ଭାବୁଛନ୍ତି ବୋଲି କହିଛନ୍ତି ଅମିତ ଶାହ । 

 

 

 

  • pm narendra modi
  • Arvind Kejriwal
  • Amit Shah
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.