ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ତାଙ୍କ ପାଖରେ ବସିବା ପାପ, ଆନନ୍ଦ ବୋଷ ଥିବା ଯାଏଁ ରାଜଭବନ ଯିବିନି’: ରାଜ୍ୟପାଳଙ୍କ ଉପରେ ବର୍ଷିଲେ ମମତା

ନୂଆଦିଲ୍ଲୀ,୧୧।୫:  ନିର୍ବାଚନୀ ସରଗରମ୍ ଭିତରେ ଚାଲିଛି ନେତାଙ୍କ ବୟାବାଜି। ଆରୋପ ପ୍ରତ୍ୟାରୋପ ଏବଂ ପ୍ରତିଦିନ ନୂଆ ନୂଆ କଥାର ହେଉଛି ଖୁଲାସା। ଏବେ  ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ଅଭିଯୋଗକୁ ପ୍ରସଙ୍ଗ କରି ଶନିବାର ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି,ରାଜ୍ୟପାଳ ଭାବେ ଆନନ୍ଦ ବୋଷ କାର୍ଯ୍ୟ କରୁଥିବା ଯାଏ ସେ ରାଜଭବନ ଯିବେ ନାହିଁ। ଯଦି ରାଜ୍ୟପାଳ  ଚାହିଁବେ, ସେ ତାଙ୍କୁ ରାସ୍ତାରେ ଭେଟିବେ, କିନ୍ତୁ କେବେ ହେଲେ ରାଜଭବନ ଯିବେ ନାହିଁ। ଏହା ସହ ସେ କହିଛନ୍ତି ରାଜ୍ୟପାଳଙ୍କ ପାଖରେ ବସିବା ମଧ୍ୟ ପାପ।

ଉଲ୍ଲେଖନୀୟ ଯେ,  ରାଜଭବନର ଜଣେ ଅସ୍ଥାୟୀ କର୍ମଚାରୀ ରାଜ୍ୟପାଳଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ପୋଲିସ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ ଆସିଥିବା ସିସିଟିଭି ଫୁଟେଜ କଥା ମଧ୍ୟ ମମତା ଉଠାଇଛନ୍ତି। ରାଜ୍ୟପାଳ ଜାରି କରିଥିବା ସିସିଟିଭି ଫୁଟେଜ ଏଡିଟ କରାଯାଇଛି ଓ ସଂପୂର୍ଣ୍ଣ ଫୁଟେଜ ଓ ଏକାଧିକ ଭିଡିଓ ଥିବା ପେନ ଡ୍ରାଇଭ୍ସ ତାଙ୍କ ପାଖରେ ଅଛି ବୋଲି ମମତା କହିଛନ୍ତି।

ଶନିବାର ହୁଗୁଳିରେ ଏକ ରାଲିକୁ ସମ୍ବୋଧିତ କରି ମମତା ହିନ୍ଦୀ ଓ ବଙ୍ଗାଳୀ ମିଶା ଭାଷଣ ଦେଇ କହିଛନ୍ତି, ମାନନୀୟ ରାଜ୍ୟପାଳ, ମୋର ଭୁଲ କ’ଣ ? ମୋତେ ଏହା ବି ଜଣାନାହିଁ ପୁରା ଘଟଣା କ’ଣ ? ରାଜ୍ୟ ପାଳ କରିଥିଲେ ଦିଦିଗିରି ଚାଲିବନି ଓ ଏବେ ମୁଁ କହୁଛି ଦାଦାଗିରି ଓ ଦିଦିଗିରି ଚାଲିବନି, କିନ୍ତୁ ରାଜ୍ୟପାଳ ଆପଣ ଆଗ ନିଜର ପଦରୁ ଇସ୍ତଫା ଦିଅନ୍ତୁ। ଆପଣ କିଏ ଜଣେ ମହିଳାଙ୍କୁ ନିର୍ଯାତନା ଦେବାକୁ ? ମୋ ପାଖରେ ସିସିଟିଭି ଫୁଟେଜ୍‌ର ଆଉ ଏକ କପି ରହିଛି। ମୋତେ ଏହାକୁ ଜଣେ ସାମ୍ବାଦିକ ଭାଇ ଦେଇଛନ୍ତି। ଯୌନ ନିର୍ଯାତନାର ପୁରା  କଥା ଏବେ ବି ସାମନାକୁ ବସିନି। ମୋତେ ଆଉ ଏକ ଭିଡିଓ ମିଳିଛି। ଏହି ପେନ୍‌ଡ୍ରାଇଭରେ ଆହୁରି ଘଟଣା ଅଛି। ଯଦି ମୋତେ ରାଜଭବନ ଡକାଇବ ତେବେ ମୁଁ ଯିବିନ। ରାସ୍ତା ଉପରେ ଡାକିବେ ଯଦି ଯିବି, କିନ୍ତୁ ଏହି ଘଟଣା ବିଷୟରେ ଜାଣିବା ପରେ ଆପଣଙ୍କ ପାଖରେ ବସିବା ବି ପାପ ବୋଲି କହିଛନ୍ତି ମମତା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.