ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସନ୍ତା ୧୨ରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ୪ ନିର୍ବାଚନୀ ସଭା, ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର...

Image source: NDTV

କୋଲକାତା ୧୧/୦୫: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଗୋଟିଏ ଦିନରେ ପଶ୍ଚିମବଙ୍ଗରେ ଚାରୋଟି ନିର୍ବାଚନୀ ସଭା  କରିବେ । ଏହି କାର୍ଯ୍ୟକ୍ରମ ଆସନ୍ତ ୧୨ ତାରିଖ ରବିବାରରେ ଆୟୋଜିତ ହେବ । 

ବିଜେପି କହିଛି ଯେ ପ୍ରଧାନମନ୍ତ୍ରୀ ସେହିଦିନ ବାରାକପୁର, ଆରାମବାଗ, ହୁଗୁଳି ଏବଂ ହାଓଡାରେ ସାଧାରଣ ନିର୍ବାଚନୀ ସଭା କରିବେ । ଲୋକସଭା  ନିର୍ବାଚନମଣ୍ଡଳୀରେ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ସଭା କରୁଛନ୍ତି, ସେତେବେଳେ  ଦଳର ସାଂଗଠନିକ ସ୍ଥିତିକୁ ନେଇ ବଙ୍ଗ ବିଜେପି ପର୍ଯ୍ୟାୟକ୍ରମେ ବୈଠକ  କରୁଛି । କାରଣ, ମୋଦି ଯେଉଁଠାରେ  ସମାବେଶ କରୁଛନ୍ତି କିମ୍ବା ଆଗାମୀ  ଦିନରେ କରିବେ, ସେଗୁଡିକରେ ଯଦି  ବିଜେପି ପଛରେ ରୁହେ, ତା’ହେଲେ  ତ ଦଳର ରାଜ୍ୟ ନେତୃତ୍ୱମାନଙ୍କ ପାଇଁ  ଏହା ଏକ ବିଡ଼ମ୍ବନାର ବିଷୟ ହେବ । ଲୋକସଭା ନିର୍ବାଚନ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କ ବଙ୍ଗ ଗସ୍ତ ପ୍ରଥମ  ଏପ୍ରିଲ ୪ରେ କୋଚବିହାରରୁ ଆରମ୍ଭ  ହୋଇଥିବାବେଳେ ଏହା ତାଙ୍କର  ୧୨ ତମ ଯାତ୍ରାବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.