ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବେ ୫୦୦ ଟଙ୍କା ଥିଲା ଦରମା, ଏବେ ପ୍ରତି ଏପିସୋଡ୍‌କୁ କପିଲ୍ ଶର୍ମା ନେଉଛନ୍ତି ଏତେ କୋଟି ଟଙ୍କା

ଦିନ ଥିଲା ସେ ୫୦୦ ଟଙ୍କା ଦରମା ପାଉଥିଲେ। ହେଲେ ଆଜି ସେ ଗୋଟିଏ ଏପିସୋଡ ପାଇଁ କୋଟି କୋଟି ଟଙ୍କାର କରୁଛନ୍ତି ଡିମାଣ୍ଡ ।  ସେ ଆଉ କେହି ନୁହଁନ୍ତି କମେଡି କିଙ୍ଗ କପିଲ ଶର୍ମା । ସେ ଯେବେ ୧୬ ବର୍ଷର ଥିଲେ ତାଙ୍କ ବାପା କ୍ୟାନସରରେ ମୃତ୍ୟୁବରଣ କରିଥିଲେ । ଏହାପରେ କପିଲ ପରିବାର ଚଳାଇବା ପାଇଁ ଅମୃତସରରେ ଏକ ଟେଲିଫୋନ  ବୁଥରେ କାମ କରିବା ଆରମ୍ଭ କରିଥିଲେ। ଆଉ ତାଙ୍କର ପ୍ରଥମ ଦରମା ଥିଲା ୫୦୦ ଟଙ୍କା । 

ଏହି ଶୋ' ପରେ ବଦଳିଲା କପିଲଙ୍କ ଜୀବନ

ସ୍କୁଲ ପରେ କପିଲ ତାଙ୍କ କଲେଜ ସମୟରେ ଥିଏଟର କରିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ତାଙ୍କର କମେଡି ଆରମ୍ଭ କରିଥିଲେ । ୨୦୦୭ରେ ୨୬ ବର୍ଷ ବୟସରେ କପିଲ ଗ୍ରେଟ ଇଣ୍ଡିଆ ଲାଫଟରରେ ଭାଗ ନେଇଥିଲେ । ଆଉ ସେ ଏହି ଶୋ'ରେ ଜିତିଥିଲେ  ।  ଏହାପରେ କପିଲଙ୍କ ସମୟ ବଦଳିଥିଲା ।  ସେ ୨୦୧୩ ମସିହାର 'କମେଡି ନାଇଟ ଓ୍ବିଥ କପଲ'ର ହୋଷ୍ଟ କରିଥିଲେ । ୨୦୧୬ ରେ ଏହି ଶୋ'ର ନାମ ବଦଳାଯାଇ 'ଦ କପିଲ ଶର୍ମା ଶୋ'ର ନାମ ଦିଆଯାଇଥିଲା । 

ବର୍ତ୍ତମାନ କପିଲ ଓଟିଟି ପ୍ଲାଟଫର୍ମ 'ଦ ଗ୍ରେଟ ଇଣ୍ଡିଆନ କପିଲ'ର ହୋଷ୍ଟ କରୁଛନ୍ତି । ଆଉ ପ୍ରତିଥର ଭଳି ଫ୍ୟାନ୍ସଙ୍କୁ ଏଣ୍ଟରଟେନମେଣ୍ଟ କରୁଛନ୍ତି । ତାଙ୍କର ଏହି ଶୋ' ୧୯୨ଟି ଦେଶରେ ଟେଲିକାଷ୍ଟ ହେଉଛି । ସେହିପରି କମେଡିଆନ ଏହି ଶୋ'ର ପ୍ରତି ଏପିସୋଡ ପାଇଁ ୫ କୋଟି ନେଉଛନ୍ତି । ୫୦୦ ଟଙ୍କାର ପ୍ରଥମ ଦରମାରୁ ପ୍ରତି ଏପିସୋଡ ପାଇଁ ୫ କୋଟି ଟଙ୍କା ଦରମା ନେବା ଯାଏଁ କପିଲଙ୍କ ଏହି ଜର୍ନି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.