ପ୍ରମୁଖ ଖବର
  • ଅହମ୍ମଦାବାଦ : ଆଜି ଏଲିମିନେଟର ମୁକାବିଲା, ଆରସିବି ବ୍ୟାଟିଂ ବନାମ ରୟାଲ୍ସ ସ୍ପିନ୍‌
  • ||
  • ଭୁବନେଶ୍ଵର : ୨୫ରେ ହୋଇପାରେ ଛୋଟ ବାତ୍ୟା, ଓଡ଼ିଶାକୁ ନାହିଁ ପ୍ରଭାବ
  • ||

ରାଜଧାନୀରୁ ବାର୍ ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସନ୍ଦେହ ଘେରରେ ପୁରୁଷ ବନ୍ଧୁ

ଭୁବନେଶ୍ବର, ୧୧।୦୫ : ରାଜଧାନୀରୁ ବାର୍ ଗାର୍ଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସନ୍ଦେହ ଘେରରେ ପୁରୁଷ ବନ୍ଧୁ। ହତ୍ୟା ଅଭିଯୋଗ ଆଣିଲେ ପରବାର ଲୋକେ। ବଡ଼ଗଡ଼ ଥାନା ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଜଗତସିଂହପୁର ଅଲଣାହାଟ ଗାଁର ଯୁବତୀ ସୁଲୋଚନା ଦାସ। ଦୀର୍ଘ ଦିନ ଧରି ନିହାର ଗିରୀ ନାମକ ଯୁବକ ସହିତ ଭୁବନେଶ୍ଵର ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିଲେ। ବିବାହ ପାଇଁ ବାରମ୍ବାର ଉଭୟଙ୍କ ମଧ୍ୟରେ ଆଲୋଚନା ହେଉଥିଲା। ବିବାହକୁ ନେଇ ପରବର୍ତ୍ତୀ ସମୟରେ ଝଗଡା ବଢିଥିଲା । ଏହା ପରେ ଯୁବତୀ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ବଡ଼ଗଡ଼ ଥାନା ପୋଲିସ ପାରିପାର୍ଶ୍ବିକ ସ୍ଥିତିରୁ ଯାଞ୍ଚ୍ ଚଳାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଖୁବଶୀଘ୍ର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ବଡ଼ଗଡ଼ ଥାନା ପୋଲିସ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.