ଅଧିକାଂଶ ଲୋକଙ୍କର ପସନ୍ଦ ଶୀତଋତୁ। ହେଲେ ଏହି ଋତୁ ଥଣ୍ଡା ପାଗ ସହ ଥଣ୍ଡା, କାଶ, ଜ୍ବର ଭଳି ସ୍ବାସ୍ଥ୍ୟ ସମସ୍ୟା   ଦେଖାଦେଇଥାଏ  ତେଣୁ ଶୀତ ଦିନେ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ । ତେଣୁ ଶୀତ ଋତୁରେ କେଉଁସବୁ ଖାଦ୍ୟ ଖାଇବା ସ୍ବାସ୍ଥ୍ୟପାଇଁ ହିତକର ଆସନ୍ତୁ ଜାଣିବା ।

 କ୍ଷୀର: କ୍ଷୀର ଓ ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ ଶୀତ ଦିନେ ଖାଇବା ଭଲ । କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ବି12 ଓ ଏ, ପ୍ରୋଟିନ ଓ କ୍ୟାଲସିୟମ ରହିଛି। ଯାହା ଶରୀର ସୁସ୍ଥ ରଖେ । 

ଫୁଲକୋବି ଓ ବ୍ରୋକଲି:  ଫୁଲକୋବି ଓ ବ୍ରୋକଲି ଭିଟାମିନ ସିରେ ଭରପୂର, ଯାହା ପ୍ରତିରକ୍ଷା ପ୍ରଣାଳୀ ଉନ୍ନତ କରେ । ଏଥିରୁ ଶରୀରକୁ ବହୁ ପୌଷ୍ଟିକ ତତ୍ତ୍ବ ମିଳିଥାଏ ।

ଗୁଡ: ଗୁଡକୁ ପୋଷକ ତତ୍ତ୍ବର ଭଣ୍ଡାର କୁହାଯାଏ । ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ପୋଟାସିୟମ, ହେଲ୍‌ଦି ଫ୍ୟାଟ୍, ଆଇରନ, ଭିଟାମିନ ବି, କ୍ୟାଲେସିୟମ, କପର ଓ ଜିଙ୍କ୍ ରହିଛି । ଏହା ଶୀତଦିନେ ଖାଇବେ ଭଲ ହୋଇଥାଏ। 

ଘିଅ: ଶୀତ ଦିନେ ଘିଅ ଖାଇବା ଶରୀର ପାଇଁ ଲାଭଦାୟକ । ଯାହା ଆପଣଙ୍କ ଶରୀରକୁ ଉଷୁମ ରଖେ । ଏଥିସହ ହେଲ୍‌ଦି ଫ୍ୟାଟ୍ ଓ ଏନର୍ଜି ଯୋଗାଏ । ଘିଅକୁ ନିଜର ଶୀତଦିନିଆ ଡାଏଟ୍ ଚାଟ୍‌ରେ ସାମିଲ କରିପାରିବେ ।

ମାଟି ତଳେ ଫଳୁଥିବା ପନିପରିବା: ଶୀତ ଦିନେ ମାଟି ତଳେ ଫଳୁଥିବା ପନିପରିବା ଯଥା ଗାଜର, ବିଟ୍, ମୂଳା, କନ୍ଦମୂଳ ଇତ୍ୟାଦି ଖାଇବା ଦେହ ପାଇଁ ହିତକର । ଏସବୁ ପରିବା ଡାଇଟାରୀ ଫାଇବର, ମିନେରାଲ ଏବଂ ଭିଟାମିନ ଏ, ସି ଭଳି ପୋଷକ ତତ୍ତ୍ବରେ ଭରପୁର ହୋଇଥାଏ । 

ଖଟା ଫଳ: ଲେମ୍ବୁ, କମଳା, କାଗଜି ଆଦି ଖଟା ଜାତୀୟ ଫଳରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମ ସୁଦୃଢ କରିବାରେ ସାହାଯ୍ୟ କରେ । ବିଭିନ୍ନ ରୋଗ ସହ ଲଢିବାରୁ ଶରୀରକୁ ଶକ୍ତି ମିଳେ ।