ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଆର୍‌ଟିଆଇ ତଥ୍ୟ, ଭାରତରେ ୫ ବର୍ଷରେ ୬୫ ବିମାନର ଇଞ୍ଜିନ ବନ୍ଦ

Published By : Krishna Priya | July 16, 2025 8:34 AM

ନୂଆଦିଲ୍ଲୀ ୧୬/୦୭: ଭାରତରେ ଗତ ୫ ବର୍ଷ ମଧ୍ୟରେ ୬୫ଟି ବିମାନର ଇଞ୍ଜିନ୍‌ ବନ୍ଦ (ଶଟଡାଉନ୍‌) ହୋଇଛି । ବିମାନ ଉଡ଼ାଣ ଭରିବା ସମୟରେ ଆକାଶମାର୍ଗରେ କିମ୍ବା ଟେକ୍‌ଅଫ୍‌ ସମୟରେ ଏପରି ହୋଇଛି । ଅର୍ଥାତ୍‌ ପ୍ରତି ମାସରେ ଅନ୍ୟୁନ ଗୋଟିଏ ବିମାନର ଇଞ୍ଜିନ ବନ୍ଦ ହୋଇଛି । ଅବଶ୍ୟ ସବୁ ମାମଲାରେ ପାଇଲଟ ଗୋଟିଏ ଇଞ୍ଜିନରେ ବିମାନକୁ ନିକଟବର୍ତ୍ତୀ ବିମାନବନ୍ଦର ଯାଏ ପହଞ୍ଚାଇବାରେ ସଫଳ ରହିଛନ୍ତି । ସୂଚନା ଅଧିକାର(ଆର୍‌ଟିଆଇ) ମାଧ୍ୟମରେ ଡିଜିସିଏ ନିକଟରୁ ଏହି ତଥ୍ୟ ମିଳିଛି ।

ସେହି ରିପୋର୍ଟରୁ ଆହୁରି ଜଣାପଡି଼ଛି ଯେ, ଗତବର୍ଷ ଜାନୁଆରୀ ୧ରୁ ଚଳିତବର୍ଷ ମେ ୩୧ ତାରିଖ ମଧ୍ୟରେ ୧୭ ମାସରେ ୧୧ଟି ବିମାନରୁ ମେ-ଡେ କଲ୍‌ ଆସିଛି । ସେଥିରେ ବୈଷୟିକ ତ୍ରୁଟିର ସୂଚନା ଦେଇ ଜରୁରି ଅବତରଣ ପାଇଁ ଦାବି କରାଯାଇଥିଲା । ସେଥିମଧ୍ୟରୁ ୪ଟି ବିମାନ ହାଇଦ୍ରାବାଦରେ ଲ୍ୟାଣ୍ଡିଂ କରିଥିଲେ । ତେବେ ସେହି ରିପୋର୍ଟରେ ଜୁନ୍‌ ୧୨ରେ ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆର ବୋଇଂ ଡ୍ରିମଲାଇନର ବିମାନ ଓ ଜୁନ୍‌ ୧୯ରେ ଉଡ଼ାଣ ଭରିଥିବା ଇଣ୍ଡିଗୋର ଗୁଆହାଟୀ-ଚେନ୍ନାଇ ବିମାନକୁ ସାମିଲ କରାଯାଇନାହିଁ । ଇନ୍ଧନ କମ୍‌ ଥିବା ଯୋଗୁ ସେହି ଇଣ୍ଡିଗୋ ବିମାନକୁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଥିଲା । 

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ମାସକ ପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ(ଏଏଆଇବି) ୧୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ସାର୍ବଜନୀନ କରିଥିଲେ । ବିମାନର ଦୁଇଟି ଇଞ୍ଜିନ ବନ୍ଦ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସେଥିରେ କୁହାଯାଇଥିଲା । ଏଏଆଇବି ଅନୁସାରେ, ସେଦିନ ଟେକଅଫ୍‌ର ତୁରନ୍ତ ପରେ ବିମାନର ଦୁଇଟି ଯାକ ଫୁଏଲ ସ୍ୱିଚ୍‌ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯାଇଥିଲା । ତେଣୁ ଦୁଇଟି ଯାକ ଇଞ୍ଜିନ୍‌ ବି ବନ୍ଦ ହୋଇଯାଇଥିଲା । ସେଥିଯୋଗୁ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା । ବିମାନର କ୍ରୁ ସଦସ୍ୟ, ଯାତ୍ରୀଙ୍କ ସହ ମୋଟ ୨୭୦ ଜଣ ପ୍ରାଣ ହରାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.