ପୁରୀ,୨୨।୩ : ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରା ପଡିଲେ ଅଭିଯୁକ୍ତ। ବାସେଳି ସାହି ଥାନା ଅନ୍ତର୍ଗତ ବସ୍ତି ପାଣି ଟାଙ୍କି ନିକଟରେ ୭ ଜଣ ଦୁର୍ବୁତ୍ତ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ ପହଞ୍ଚିଥିଲା ପୁଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର, ବୋମା, ମଦ ବୋତଲ ପୋଲିସ ଜବତ କରିଛି।

ଗିରଫ ଅଭିଯୁକ୍ତ ହେଉଛନ୍ତି ପୁରୀ ବାସେଳି ସାହି ଥାନା ଅଞ୍ଚଳର ସୁବାସ ବେହେରା, ଶନ୍ତୁ ବେହେରା, ବାବୁନା ଭୋଇ, ଶମ୍ଭୁ ଦାସ, ଶିବୁନା ନାୟକ, ଖଗ ନାୟକ ଏବଂ ପିନାକୀ ବରାଳ। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇଟି ଖଣ୍ଡା, ଲୁହା ପାଇପ୍, ଛୁରୀ, ବୋମା ସହ ମଦ ବୋତଲ ଜବତ କରିଛି।

ଆହୁରି ପଢନ୍ତୁ: ଅଖା ଭିତରୁ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଟିଉସନ ମାଷ୍ଟର ଗିରଫ