ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାକୁମ୍ଭର ମହାପର୍ବରେ କୁମ୍ଭାଶ୍ଚର୍ଯ୍ୟ ; ସ୍ପଟଲାଇଟରେ ୭ ଫୁଟର ମସ୍କ୍ୟୁଲାର ଋଷ ବାବା

Published By : Ankita S | January 18, 2025 11:51 AM

ଲକ୍ଷ୍ନୌ,୧୮/୧ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜମୁଛି ମହାକୁମ୍ଭ ମେଳା । ୧୨ ବର୍ଷ ପରେ ତ୍ରିବେଣୀ ସଙ୍ଗମରେ ଚାଲିଛି ଦିବ୍ୟ ଭବ୍ୟ ମହାକୁମ୍ଭର ମହାପର୍ବ । ଆଜି (ଶନିବାର) ମହାକୁମ୍ଭ ମେଳାର ଷଷ୍ଠ ଦିନ । ଏହି ଅବସରରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ ପକାଇଛନ୍ତି । କୁମ୍ଭମେଳା ଆରମ୍ଭ ହେବା ଦିନୁ ଅନେକ କୁମ୍ଭାଶ୍ଚର୍ଯ୍ୟ ଦେଖିବାକୁ ମିଳିଛି । ଏହି ମେଳାରେ ସାମିଲ ଥିବା ବାବାଙ୍କୁ ନେଇ ବିଶେଷ ଚର୍ଚ୍ଚା ହେଉଛି । ଆଇଆଇଟିଆନ ବାବାଙ୍କ ପରେ ଏବେ ସ୍ପଟଲାଇଟରେ ରହିଛନ୍ତି ଆଉ ଜଣେ ବାବା । ଋଷର ଜଣେ ୭ ଫୁଟ୍ ମସ୍କ୍ୟୁଲାର ବାବାଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି ।

ସ୍ପଟଲାଇଟରେ ୭ଫୁଟର ମସ୍କ୍ୟୁଲାର ବାବା- ମହାକୁମ୍ଭ ମେଳାରେ ଭାରତ ବ୍ୟତୀତ ବିଦେଶରୁ ମଧ୍ୟ ସାଧୁ ସନ୍ଥ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପ୍ରମୁଖ ସନ୍ଥ ହେଉଛନ୍ତି ଆତ୍ମା ପ୍ରେମ ଗିରି ମହାରାଜ । ବଡି ବିଲିଂକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଋଷୀୟ ବାବା । ତାଙ୍କୁ ମସ୍କ୍ୟୁଲାର ବାବା ଭାବେ ନୂଆ ନାମ ଦିଆଯାଇଛି । ତାଙ୍କ ଉଚ୍ଚତା ୭ ଫୁଟ । ସେ ଗେରୁଆ ବସ୍ତ୍ର ପିନ୍ଧିଛନ୍ତି । ବେକରେ ହାତରେ ରୁଦ୍ରାକ୍ଷ ମାଳି ପକାଇଛନ୍ତି । ମହାକୁମ୍ଭ ମେଳାରେ ବାବାଙ୍କ ଆଗମନକୁ ନେଇ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛନ୍ତି । ଅନେକ ଲୋକ ତାଙ୍କ ଭଗବାନ ପ୍ରର୍ଶୁରାମଙ୍କ ରୂପ ବୋଲି ମାନୁଛନ୍ତି । ପର୍ଶୁରାମଙ୍କୁ ଜଣେ ଯୋଦ୍ଧା ଭାବେ ବିବେଚନା କରାଯାଏ । ସେ ଭଗବାନ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ଜଣେ ।ପ୍ରେମ ଗିରି ମହାରାଜ ମୁଳତଃ ଜଣେ ଋଷୀୟ । ସେ ୩୦ ବର୍ଷ ପୂର୍ବେ ସନାତନ ଧର୍ମ ଗ୍ରହଣ କରିଥିଲେ । ସେବେଠୁ ସେ ସନାତନ ଧର୍ମ ପ୍ରଚାରରେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି । ସେ ଜଣେ ଶିକ୍ଷକ ଥିଲେ ମାତ୍ର ଶିକ୍ଷକତା ଛାଡି ଆଧ୍ୟାତ୍ମିତ ଯାତ୍ରା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ନେପାଳରେ ରହି ହିନ୍ଦୁ ଧର୍ମର ପ୍ରଚାର କରୁଛନ୍ତି । ମସ୍କ୍ୟୁଲାର ବାବାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ପୋଷ୍ଟ କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି ।


ଏହା ବି ପଢନ୍ତୁ...କାନାଡାରେ ମୋଟା ଅଙ୍କର ଦରମା, ୪ ବର୍ଷର ପ୍ରେମକୁ ଛାଡ଼ି ହୋଇଗଲେ ବୈରାଗୀ: ଭାଇରାଲ୍‌ ଆଇଆଇଟି ବାବାଙ୍କ କାହାଣୀ ଏମିତି


କହି ରଖୁଛୁ କି, ମହାକୁମ୍ଭରେ ସାମିଲ ହୋଇଛନ୍ତି କୋଟି କୋଟି ସାଧୁ, ସନ୍ଥ ଏବଂ ଶ୍ରଦ୍ଧାଳୁ । ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭକୁ ଆସିଥିବା ବହୁ ସାଧୁ, ସନ୍ଥ ଏବଂ ସ୍ବାଧ୍ବୀ ନିଜ ନିଜର ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ମସ୍କ୍ୟୁଲାର ବାବାଙ୍କ ପୂର୍ବରୁ ଆଇଆଇଟି ବାବା ଚର୍ଚ୍ଚାକୁ ଆସିଥିଲେ । ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ପରାମାତ୍ମାଙ୍କ ଶରଣ ନେଇଛନ୍ତି ଆଇଆଇଟି, ବମ୍ବେରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିବା ଅଭୟ ସିଂହ । ଉଚ୍ଚ ଶିକ୍ଷା କରିଥିବା ବେଳେ ମୋଟା ଅଙ୍କର ଦରମା ପାଉଥିଲେ ସେ । କିନ୍ତୁ ସେ ଆଧ୍ୟାତ୍ମିକ ମାର୍ଗକୁ ଚାଲିଆସିଛନ୍ତି ? ସବୁ ସୁଖ ସୁବିଧାକୁ ଏଡ଼ାଇ ଦେଇ ଅଭୟ ସିଂହ ପାଲଟିଥିଲେ ଆଇଆଇଟି ବାବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.