ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନିର୍ବାଚନ ଆଚରଣ ବିଧି ଲାଗୁ ହେବାର କିଛି ଘଣ୍ଟା ପୂର୍ବରୁ ମହାରାଷ୍ଟ୍ରରେ ୭ ଏମଏଲସି ନେଲେ ଶପଥ

Published By : Prameya | October 15, 2024 10:57 PM

ମୁମ୍ୱାଇ – ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି (ଏମସିସି) ଲାଗୁ ହେବାର କିଛି ହିଁ ଘଣ୍ଟା ପୂର୍ବରୁ,ଶାସକ ମହାୟୁତି ସରକାର ରାଜ୍ୟପାଳଙ୍କ କୋଟାର ୧୨ ବିଧାନ ପରିଷଦ ସଦସ୍ୟ ମଧ୍ୟରୁ ୭ ଜଣଙ୍କୁ ଶପଥ ପାଠ କରାଇଛି। ବିରୋଧୀ, ବିଶେଷକରି ଶିବସେନା (ୟୁବିଟି) ଅଭିଯୋଗ ଲଗେଇଛି କି, ଏହି ପଦକ୍ଷେପ ଅସାମ୍ୱିଧାନିକ।

ଶିବସେନା (ୟୁବିଟି)ର ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଆମ ସରକାର ସମୟରେ ଆମେ (ମହା ବିକାଶ ଅଘାଡି) ଯେଉଁ ୧୨ଟି ନାଁ ଦେଇଥିଲୁ, ସେମାନଙ୍କ ବିଷୟରେ କୋର୍ଟରେ ମାମଲା ଚାଲୁ ରହିଛି। ବମ୍ୱେ ହାଇକୋର୍ଟ ଆଦେଶ ସୁରକ୍ଷିତ ରଖିଛନ୍ତି ଏବଂ ଏହି ମାମଲା କୋର୍ଟରେ ପେଣ୍ଡିଂ ଥିଲା , ଏଥିପାଇଁ ରାଜ୍ୟପାଳଙ୍କର ସାହାଯ୍ୟରେ ସରକାର ୭ଟି ନାଁର ଘୋଷଣା କରିଛନ୍ତି। ଏହା ଅବୈଧ ଓ ଅସାମ୍ୱିଧାନିକ।

ପୂର୍ବ ଏମଭିଏ ସରକାର ଦ୍ୱାରା ପ୍ରସ୍ତାବିତ ୧୨ଟି ନାଁକୁ ରାଜ୍ୟପାଳଙ୍କର ସ୍ୱୀକୃତି ନମିଳିବ ସମ୍ୱନ୍ଧିତ ପିଟିସନ କୋର୍ଟରେ ପେଣ୍ଡିଂ ରହିଛି। ମହାୟୁତି ସରକାର ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ସୋମବାର ବିଳମ୍ୱିତ ରାତିରେ ଏକ ଅଧିସୂଚନା ଜାରି କରି ନୂଆ ନାଁର ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦ୍ୱିପ୍ରହର ୩.୩୦ଟା ସମୟରେ ନିର୍ବାଚନର ତାରିଖ ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ମଙ୍ଗଳବାର ଦ୍ୱିପ୍ରହରରେ ନେତାମାନେ ଶପଥ ନେଇଛନ୍ତି। 

୭ ନାମ ମଧ୍ୟରୁ ବିଜେପି ୩ଟି ନାଁ ପ୍ରସ୍ତାବିତ କରିଛି , ଯାହାକି ଏକନାଥ ସିନ୍ଦେଙ୍କର ପରିଚାଳିତ ଶିବସେନା ଓ ଅଜିତ ପୱାରଙ୍କର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ୨-୨ ନାଁ ପ୍ରସ୍ତାବିକ କରିଛି। ବିଜେପି ନିଜର ମହିଳା ଶାଖାର ପ୍ରମୁଖ ଚିତ୍ରା ୱାଘ, ବଞ୍ଜାରା ସଂପ୍ରଦାୟର ପୂଜାରୀ ବାବୁସିଂହ ରାଠୋର ଓ ଯୁବ ଶାଖାର ପ୍ରମୁଖ ବିକ୍ରାନ୍ତ ପାଟିଲଙ୍କୁ ନାମାଙ୍କନ ପାଇଁ ପ୍ରସ୍ତାବିକ କରିଛି।

ସାଙ୍ଗଲିର ପୂର୍ବତମ ମେୟର ଇଦରିସ ନାଇକୱାଡି (ଯିଏ ପାର୍ଟିର ମୁସଲିମ୍‌ ଚେହେରା)ଙ୍କୁ ପାର୍ଟିର ବରିଷ୍ଠ ନେତା ଓ ରାଜ୍ୟ ମନ୍ତ୍ରୀ ଛଗନ ଭୁଜବଳଙ୍କ ପୁଅ ପଙ୍କଜଙ୍କ ସହ ଏନସିପି (ଅଜିତ ପାୱାର) ଉଚ୍ଚ ସଦନ ପାଇଁ ନାମିତ କରିଛି। ସିନ୍ଦେ ସେନା ପରିଷଦର ନାମାଙ୍କନ ପାଇଁ ନିଜର ପୂର୍ବତନ ହିଙ୍ଗୋଲି ସାଂସଦ ହେମନ୍ତ ପାଟିଲ ଓ ପୂର୍ବତନ ଏମଏଲସି ମନିଷା କାୟନ୍ଦେଙ୍କ ନାମ ପ୍ରସ୍ତାବିତ କରିଛି।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.