ଢାକା,୧୪।୨: ବାଂଲାଦେଶ ଇତିହାସରେ ୧୨ ଫେବୃଆରୀ ୨୦୨୬ ରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଦେଶରେ ଆରମ୍ଭ ହୋଇଥିବା ସାଧାରଣ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ବରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ମେଣ୍ଟ ୨୯୭ ରୁ ୨୧୦ ଆସନରେ ବଡ଼ ଧରଣର ବିଜୟୀ ହୋଇଛି। ଏହି ବିଜୟ ସହିତ ପ୍ରାୟ ୩୫ ବର୍ଷରେ ତାରିକ୍ ରହମାନ ବାଂଲାଦେଶର ପ୍ରଥମ ପୁରୁଷ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ। ଏହି ନିର୍ବାଚନ କେବଳ କ୍ଷମତା ହସ୍ତାନ୍ତରଣ ପାଇଁ ନଥିଲା,ବଂର ଦେଶର ଶାସନ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇବାର ପାଇଁ ଏକ ଜାତୀୟ ଜନମତ ସଂଗ୍ରହ କରିଥିଲା। ନିର୍ବାଚନ କମିଶନଙ୍କ ଦ୍ବାରା ଶୁକ୍ରବାର ଜାରି ଅଫିସିଆଲ ସଂଖ୍ୟା ଅନୁସାରେ, ଜନମତ ସଂଗ୍ରହ ୬୦.୨୬ %ରେ ମତଦାନ ହୋଇଥିଲା। ଏଥିରେ ୭୦% ଲୋକ ଭାରତ ଭଳି ସଂସଦୀୟ ବ୍ୟବସ୍ଥା ସପକ୍ଷରେ ମତଦାନ କରିଛନ୍ତି।
ମତଦାତାମାନେ ବ୍ୟାପକ ସୁଧାର ପ୍ୟାକେଜ,ଯାହାକୁ ‘ଜୁଲାଇ ଚାର୍ଟର ୨୦୨୫’ ରୂପରେ ଜଣାଯାଏ, ତାହା ପକ୍ଷରେ ଭାରି ଜନାଦେଶ ଦେଛନ୍ତି। ସପକ୍ଷରେ ୪,୮୦,୭୪,୪୨୯ ଭୋଟ୍ ମିଳିଥିଲା। ଏହା ସ୍ପଷ୍ଟ ବହୁମତ। ସେଭଳି ୨,୨୫,୬୫,୬୨୭ ଭୋଟ୍ ବିପକ୍ଷରେ ପଢିଥିଲା। ନିର୍ବାଚନ କମିଶନ୍ ବରିଷ୍ଠ ସଚିବ ଅଖତର ଅହମ୍ମଦ ଗଣମାଧ୍ୟମକୁ କହିଥିଲେ ଦେଶର ପୁନଃଗଠନ ପକ୍ଷରେ ନିଜର ମୋହର ଲଗାଇ ଦେଇଛନ୍ତି।
ଜୁଲାଇ ଚାର୍ଟର କ’ଣ ?
ଏହି ଚାର୍ଟର ଅଗଷ୍ଟ ୨୦୨୪ ରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କ୍ଷମତାରୁ ହଟାଇଥିବା ଛାତ୍ର ନେତାଙ୍କ ବିଦ୍ରୋହ ପରେ ଏହାକୁ ପ୍ରସ୍ତୁତ କରାଯାଇଥିଲା। ଏହାର ମୁଖ୍ୟ ଉଦେଶ୍ୟ ଥିଲା କ୍ଷମତା କେନ୍ଦ୍ରୀ କରଣକୁ ରୋକିବା ଓ ରାଜ୍ୟର ପ୍ରମୁଖ ସଂସ୍ଥାକୁ ପୁନଃଗଠିତ କରିବା। ଯାହାଫଳରେ ଭବିଷ୍ୟତରେ ଏକଛତ୍ରବାଦୀ ଓ ଫାଶୀବାଦୀ ଶାସନର ପୁନଃରାବୃତ୍ତି ନହେଉ। ଏହି ଚାର୍ଟରରେ ୮୪ଟି ସୁଧାର ବିନ୍ଦୁ ରହିଛି,ଯାହାକୁ ଲାଗୁ କରିବା ପାଇଁ ଏକ ସମ୍ବିଧାନିକ ସୁଧାର ପରିଷଦ ୨୭୦ କାର୍ଯ୍ୟଦିବସ ଭିତରେ କାମ କରିବ।
ପ୍ରମୁଖ ପ୍ରସ୍ତାବ
- କ୍ଷମତା ଦୀର୍ଘକାଳୀନ କେନ୍ଦ୍ରୀକରଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟକାଳ ସୀମା ନିର୍ଦ୍ଧାରିତ କରିବା
- ଭାରତରେ ଲୋକସଭା ଓ ରାଜ୍ୟସଭା ଭଳି ସଂସଦରେ ଦୁଇଟି ଗୃହ କରିବାକୁ ଦାବି ହୋଇଛି। ୧୦୦ ଆସନ ବ୍ୟତୀତ ଏକ ଉଚ୍ଚକକ୍ଷ ନିର୍ମାଣ ପାଇଁ ପ୍ରସ୍ତାବ ଦିଆାଇଛି।
-ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଶକ୍ତିକୁ କମ୍ କରିବା ପାଇଁ ରାଷ୍ଟ୍ରପତିଙ୍କ ଭୂମିକାକୁ ମଜବୁତ କରିବ
-ନ୍ୟାୟପାଳିକା ଓ ଅନ୍ୟ ପ୍ରମୁଖ ରାଜ୍ୟର ସଂସ୍ଥାକୁ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବାର ଉପାୟ।
-ପ୍ରମୁଖ ସଂସଦୀୟ କମିଟିର ନେତୃତ୍ବ କରିବା ଓ ଉପ-ବାଚସ୍ପତିଙ୍କ ରୂପରେ ସେବା କରିବା ପାଇଁ ବିରୋଧି ଦଳର ନେତାଙ୍କୁ ସାମିଲ କରିବା।
-ବିଦ୍ରୋହରେ ଭାଗ ନେଇଥିବା ବିକ୍ଷୋଭକାରୀଙ୍କୁ ‘ଜୁଲାଇ ସେନାନୀ’ କୁହାଯାଏ। ତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ କୁହାଯାଇଛି।
-ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବକୁ ବଢାଇବା।