ନୂଆଦିଲ୍ଲୀ: ତିନି ପତ୍ନୀ, ୧୧ ଛୁଆଙ୍କ ବାପା । ପୁଣିଥରେ ହୋଇଛନ୍ତି ବାହା । ୨୦ ବର୍ଷୀୟ ଯୁବତୀଙ୍କୁ ବିବାହ କଲେ ସମାଜବାଦୀ ପାର୍ଟି ନେତା ହାଜି ଖଲ୍ଲିଲ । ଗାଜିଆବାଦର କୋତଓ୍ବାଲି ଅଞ୍ଚଳର ପୂର୍ବତନ କାଉନସିଲର ତଥା ସମାଜବାଦୀ ପାର୍ଟି ନେତା ଜାହି ଖଲ୍ଲିଲଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚତୁର୍ଥ ବିବାହ କରିବା ପରେ ତାଙ୍କ ଦ୍ବିତୀୟ ପତ୍ନୀ ପୁଲିସ କମିଶନରଙ୍କ ନିକଟରେ କରିଛନ୍ତି ଅଭିଯୋଗ । ସ୍ବାମୀଙ୍କ ନାଁରେ ଆଣିଛନ୍ତି ଠକେଇ ଅଭିଯୋଗ ।

ସେ ଅଭିଯୋଗରେ ଜଣାଇଛନ୍ତି କି, ତିନି ପତ୍ନୀ ରହିଥିବାବେଳେ ୧୧ ଛୁଆ ରହିଛନ୍ତି । କିନ୍ତୁ ସେ ଏହାକୁ ଲୁଚାଇ ପୁଣିଥରେ ବିବାହ କରିଛନ୍ତି । ତାଙ୍କ ସହ ୧୯୯୧ ମସିହାରେ ଦ୍ବିତୀୟ ବିବାହ ହୋଇଥିଲା । ଆମ ସମ୍ପତ୍ତିକୁ ହଡ଼ପ କରିବା ପାଇଁ ଏଭଳି ଯୋଜନା କରିଥିବା ସେ ଅଭିଯୋଗରେ ଦର୍ଶଇଛନ୍ତି । ଏହାସହ ମହିଳା ଜଣକ କହିଛନ୍ତି କି, ମୋ ସହ ଯେବେ ବିବାହ ହୋଇଥିଲା ସେ ସମୟରେ ସେ ପ୍ରଥମ ବିବାହ କଥା ଲୁଚାଇଥିଲେ ।

ତାଙ୍କର ପ୍ରଥମ ପତ୍ନୀଙ୍କ ୮ ଛୁଆ ରହିଥିବାବେଳେ ମୋତେ ନଜଣାଇ ବିବାହ କରିଥିଲେ । ପରେ ମୋର ୩ ଛୁଆ ରହିଛନ୍ତି । କିନ୍ତୁ ୨୦୧୦ ମସିହାରେ ପୁଣି ଆଉ ଜଣକୁ ବିବାହ କରିଥିଲେ । ତାଙ୍କ ସନ୍ତାନ ହୋଇନଥିବାବେଳେ ଏବେ ପୁଣିଥରେ ବିବାହ କରିଛନ୍ତି । ଅଭିଯୋଗରେ ଦର୍ଶଇଛନ୍ତି କି, ମୋ ବାପା ଯୌତୁକରେ ଯେଉଁ ସମ୍ପତ୍ତି ଦେଇଛନ୍ତି ତାହାକୁ ହଡ଼ପ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେ ଚତୁର୍ଥ ପତ୍ନୀଙ୍କ ନାମରେ ସମ୍ପତ୍ତି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହାକୁ ପ୍ରତିବାଦ କରିବା ପରେ ଆମକୁ ଆକ୍ରମଣ କରିଛନ୍ତି । ମୋ ପିଲାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଜଣାଇଛନ୍ତି ।

ସେପଟେ ଏହି ନେତାଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେ ୧୯୯୫ ଏବଂ ୨୦୦୦ ମସିହାରେ ୨ଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ପୌରପାଳିକାର କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟିଥିବା ଅଭିଯୋଗ ମଧ୍ୟ ତାଙ୍କ ନାମରେ ରହିଛି । ଆଉ ଏବେ ଚତୁର୍ଥ ବିବାହ ଏବଂ ପତ୍ନୀଙ୍କ ଅଭିଯୋଗ ପରେ ତାଙ୍କର ଚିନ୍ତା ବଢ଼ଯାଇଛି । ପୁଲିସ କହିଛି କି, ଘଟଣାର ତଦନ୍ତ ପରେ ଆକ୍ସନ ନିଆଯିବ ।

ଏହାସହ ପଢ଼ନ୍ତୁ : ଫେକ୍ ଆକାଉଣ୍ଟରେ ସ୍ତ୍ରୀ ଖୋଲିଲା ସ୍ବାମୀର ରହସ୍ୟ, ସତ ଜାଣିବା ପରେ...