ନୂଆଦିଲ୍ଲୀ: ଆଗକୁ ଆସୁଥିବା ଶୀତକାଳୀନ ଉତ୍ସବ ଗୁଡିକୁ ଧ୍ୟାନରେ ରଖି ଭାରତର ବିମାନ ସରବରାହ ସଂସ୍ଥା ଏୟାର ଇଣ୍ଡିଆ ୟୁନାଇଟେଡ କିଙ୍ଗଡୋମ ପାଇଁ ନିଜର ଅତିରିକ୍ତ ବିମାନ ସେବାକୁ ବୃଦ୍ଧି କରିଛି। ଯେଉଁଥିରେ ଦିଲ୍ଲୀରୁ ଲଣ୍ଡନ ଉଡାଣ ଭରୁଥିବା ତିନୋଟି ଦିନିକିଆ ବିମାନ ପରେ ଆଉ ଏକ ଚତୁର୍ଥ ଦିନିକିଆ ବିମାନ ଆସନ୍ତା ୨୬ ଅକ୍ଟୋବରରୁ ଉଡାଣ ଭରିବ ବୋଲି କମ୍ପାନୀ ଘୋଷଣା କରିଛି।
ଆପଣଙ୍କୁ ଜମାଇରଖୁ ଯେ, ଏୟାର ଇଣ୍ଡିଆ କମ୍ପାନୀ ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ନିଜର ୨୮ଟି ସପ୍ତାହିକ ବିମାନ ଚଳାଚଳ କରିଥାଏ। ଏହି ରୁଟରେ ଯାତାୟତ ପାଇଁ ବର୍ତ୍ତମାନ ଚାହିଦା ବୃଦ୍ଧି ପାଉଥିବାରୁ ଏୟାର ଇଣ୍ଡିଆ ଅତିରିକ୍ତ ବିମାନ ଉଡାଣ ପାଇଁ ଘୋଷଣା କରିଛି। ଏହା ଏକ ଲମ୍ୱା ଦୁରଗାମି ରୁଟ ହୋଇଥିବାରୁ ଏୟାର ଇଣ୍ଡିଆ ସଦ୍ୟତମ ସଂସ୍କରଣର ଏୟାରବସ A350-900 ଓ ବୋଇଂ 787-9 ଏୟାରକ୍ରାଫ୍ଟ ବ୍ୟବହାର କରିଥାଏ।
ଏହି ପ୍ରସାରଣ ପରେ ଏୟାର ଇଣ୍ଡିଆ ଭାରତ ଓ ୟୁକେ ମଧ୍ୟରେ ସବୁଠୁ ଅଧିକ ଯାତ୍ରା ପ୍ରଦାନକାରୀ ସଂସ୍ଥା ଭାବେ ପରିଗଣିତ ହେଉଛି। ଯାହା ସାପ୍ତାହିକ ଭାବେ ଏହି ଦୁଇ ଦେଶ ମଧ୍ୟରେ ୬୧ଟି ସାପ୍ତାହିକ ବିମାନ ଉଡାଣ ଆରମ୍ଭ କରିଛି। ଯାହା ବର୍ଷିକ ୧୦ ଲକ୍ଷ ୭୦ ହଜାର ଯାତ୍ରୀଙ୍କୁ ଉଭୟ ଦେଶ ମଧ୍ୟରେ ଯାତାୟତ କରିବା ପାଇଁ ସୁବିଧା ପ୍ରଦାନ କରିବ। ଏୟାର ଇଣ୍ଡିଆ ବର୍ତ୍ତମାନ ଭାରତର ପାଞ୍ଚ ପ୍ରମୁଖ ସହର ଯଥା ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ ଓ ଅମୃତସରରୁ ଇଂଲଣ୍ଡର ହେଥରୋ, ଗାଟୱିକ୍ ଓ ବର୍ମିଂହୋମ ଭଳି ବିମାନ ବନ୍ଦରକୁ ସିଧାସଳଖ ଉଡାଣ ଭରୁଛି।
ଆଗକୁ ବିଭିନ୍ନ ଶୀତକାଳୀନ ଉତ୍ସବ ଥିବାରୁ ବିମାନ ଯାତ୍ରାରେ ଅଭିବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ବଡଦିନ, ଇଭ, ଆଡଭେନ୍ତ ଓ ନୂଆବର୍ଷ ଭଳି ବିଭିନ୍ନ ଉତ୍ସବକାଳିନ ସମୟରେ ଉଭୟ ଦେଶ ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଯାତ୍ରୀମାନଙ୍କୁ ଏକ ନମନୀୟ ଓ ସୁଖଦ ଯାତ୍ରାର ଅନୁଭବ ଦେବାକୁ ଏୟାର ଇଣ୍ଡିଆ ନିଜର ବିମାନ ସେବା ବୃଦ୍ଧି କରିଛି।