କଟକ,୧୯/୯ : ବଢ଼ିଲା ଗିରଫ ଅଭିଯୁକ୍ତ ଦୀପକ ରାଉତଙ୍କ ଅଡୁଆ। ଖୁଣ୍ଟୁଣୀ ଥାନାର ଦ୍ବାରସ୍ଥ ହେଲେ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ପରିବାର। କେସ୍ ରିଓପନ୍ କରିବାକୁ ନିବେଦନ କଲେ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ୍। ୩ବର୍ଷ ତଳର ଅପର୍ଣ୍ଣା ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଦାବି କଲେ। ୨୦୨୨ମାର୍ଚ୍ଚ ୧୭ରେ ଅପର୍ଣ୍ଣାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।
ରାଧାକିଶୋରପୁରରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ ସ୍ବାମୀ ଦୀପକ। ଏବେ ଏହି ଘଟଣାର ପୁନଃ ତଦନ୍ତ କରାଯାଉ ବୋଲି ମୃତ ଅପର୍ଣ୍ଣାଙ୍କ ଭଉଣୀ ଦାବି କରିଛନ୍ତି। ସେ କହିଛନ୍ତି, ସେତେବେଳେ ଆମ ମନରେ ଅପର୍ଣ୍ଣାଙ୍କ ମୃତ୍ୟୁ ନେଇ ସନ୍ଦେହ ଥିଲା। ହେଲେ ଘଟଣା ପରେ ଆମ ମାନସିକ ଅବସ୍ଥା ଠିକ୍ ନ ଥିଲା। କିନ୍ତୁ ଏବେ ଆମେ ଆଶଙ୍କା କରୁଛୁ କି ଅପର୍ଣ୍ଣାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।