ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଟେଷ୍ଟରୁ ରୋହିତ-କୋହଲିଙ୍କ ଅବସରକୁ ନେଇ ଏମିତି କହିଲେ ଇଂଲଣ୍ଡର ଷ୍ଟାର ବୋଲର...

Published By : Ankita S | June 8, 2025 1:37 PM

ନୂଆଦିଲ୍ଲୀ,୦୮/୦୬: ରେଡ୍ ବଲ କ୍ରିକେଟରୁ ଅବସର ନେଇଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଦୁଇ ବରିଷ୍ଠ ଖେଳାଳିଙ୍କ ବିନା ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ । ଶୁବମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି ଭାରତ । ତେବେ ରୋହିତ ଓ କୋହଲିଙ୍କ ଟେଷ୍ଟରୁ ସନ୍ନ୍ୟାସ ନେବା ନେଇ କଣ କହିଛନ୍ତି ଇଂଲଣ୍ଡର ବୋଲି କ୍ରିସ୍ ୱକ୍ସ । ଜାଣନ୍ତୁ ଏହି ରିପୋର୍ଟରେ ।

୬ମାସ ହେବ ଖେଳରୁ ଦୂରରେ ଥିବା ଇଂଲଣ୍ଡର ଦ୍ରୁତ ବୋଲର କ୍ରିସ୍ ୱକ୍ସ କହିଛନ୍ତି, ''ରୋହିତ ଶର୍ମା ଓ ବିରାଟ କୋହଲିଙ୍କର ଟେଷ୍ଟ କ୍ରିକେଟରୁ ଅବସର ଲଜ୍ଜାଜନକ । ଏବେ ସେମାନେ ଟେଷ୍ଟ କ୍ରିକେଟ ଖେଳିବେ ନାହିଁ । ଯାହା ଖେଳ ପାଇଁ ଠିକ୍ ନୁହେଁ । ଗତ କିଛି ବର୍ଷ ହେବ ବିରାଟ ଓ ରୋହିତଙ୍କ ସହିତ ଭଲ ଲଢେଇ ହୋଇଛି । ଖେଳ ପାଇଁ ଏହା ବହୁତ ଲଜ୍ଜା କଥା ଯେ ଏବେ ସେମାନେ ଆଉ ଖେଳିବେ ନାହିଁ । ଟିମ୍ ଇଣ୍ଡିଆରେ ଏହି ଦୁଇ ବରିଷ୍ଠ ଖେଳାଳି ନରହିବା ବ୍ୟାଟିଂ ବିଭାଗରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମାତ୍ର ଭାରତୀୟ କ୍ରିକେଟ ଟିମ୍‌କୁ ଯେଉଁ ଖେଳାଳି ଆସନ୍ତି ସେ ବହୁତ ଉଚ୍ଚସ୍ତରର ହୋଇଥାନ୍ତି । ସେମାନେ ନିଜକୁ ପ୍ରମାଣିତ କରିଥାନ୍ତି ।''

ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରି କ୍ରିସ୍ ୱକ୍ସ କହିଛନ୍ତି, ''ସେମାନଙ୍କ ବିପକ୍ଷରେ ବୋଲିଂ କରିବା କଷ୍ଟକର ହେବ । ପରିସ୍ଥିତି ଯେମିତି ବି ହେଉ ସେମାନଙ୍କ ବିପକ୍ଷରେ କେଉଁଠି ବି ଖେଳନ୍ତୁ । ଭାରତୀୟ ବ୍ୟାଟ୍ସମ୍ୟାନ ବହୁତ ଭଲ ରହିଥାନ୍ତି । ଏହା ଏକ କଠିନ ଚ୍ୟାଲେଞ୍ଜ ହେବ । କେଏଲ ରାହୁଲ ବହୁତ ଭଲ ଫର୍ମରେ ଅଛନ୍ତି । ''

ଏହା ବି ପଢନ୍ତୁ...IND vs ENG; ଇଂଲଣ୍ଡ ଗସ୍ତରେ ଶୁବମନ ସେନା, ଜୁନ୍‌ ୨୦ରୁ ହେଡିଂଲେରେ ପ୍ରଥମ ମ୍ୟାଚ

୨୦ରୁ ଶୁବମନଙ୍କ ସହ ନୂଆ ଯୁଗର ଶୁଭାରମ୍ଭ- ରୋହିତ ଓ ବିରାଟଙ୍କ ଅବସର ପରେ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ନୂଆ ଅଧିନାୟକ ହୋଇଛନ୍ତି ଷ୍ଟାର ଖେଳାଳି ଶୁବମନ ଗିଲ୍ । ଆସନ୍ତା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁବମନଙ୍କ ସହ ନୂଆ ଯୁଗର ଆରମ୍ଭ କରିବ ଭାରତୀୟ କ୍ରିକେଟ ଦଳ । ଇଂଲଣ୍ଡରେ ଭାରତ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ୨୦ରୁ ହେଡିଂଲେରେ ପ୍ରଥମ ମ୍ୟାଚ ଖେଳାଯିବ । ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୫-୨୭ ଚକ୍ରରେ ଇଂଲଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ଟେଷ୍ଟ ସିରିଜ ପୂର୍ବରୁ ପ୍ରଥମେ ରୋହିତ ଶର୍ମା ଓ ପରେ ବିରାଟ କୋହଲି ରେଡ୍ ବଲ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.