​​​​​​​ଗୁଡଭେଲା ୫/୧୦ : ନଦୀ ପାଣି ଦେଖିବାକୁ ଯାଇ ଘରକୁ ଫେରିଲେନି ବୃଦ୍ଧ। ନଦୀ ପଠାରୁ ଉଦ୍ଧାର ହେଲା ମୃତଦେହ । ମୃତ୍ୟୁର କାରଣ ଖୋଜୁଛି ପୁଲିସ।

ତୁଷୁରା ତେଲନଦୀ ପଠାରୁ ଜଣେ ବୃଦ୍ଧଙ୍କ ମୃତଦେହ ତୁଷୁରା ପୁଲିସ ଉଦ୍ଧାର କରିଛି। ମୃତ ବୃଦ୍ଧ ଜଣକ ହେଲେ ତୁଷୁରା ଥାନା ଧାନଘରାର କିର୍ତି ରଣା (୭୫) । ସୂଚନା ଅନୁସାରେ, ବୃଦ୍ଧ ଜଣକ ନଦୀରେ ପାଣି ଦେଖିବାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। କିନ୍ତୁ ଆଉ ସେ ଘରକୁ ଫେରିନଥିଲେ। ପରେ ବୃଦ୍ଧଙ୍କ ମୃତଦେହ ନଦୀ ପଠାରେ ପଡିଥିବା ଘର ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।