ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବୈଜ୍ଞାନିକଙ୍କ ବଡ଼ ଖୁଲାସା, ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଅଛନ୍ତି ଏଲିଅନ !

Published By : Swapna Ray | October 19, 2024 8:04 PM

ନୂଆଦିଲ୍ଲୀ, ୧୯।୧୦: ଏବେ ପୁଣି ଏଲିଅନକୁ ନେଇ ବୈଜ୍ଞାନିକଙ୍କ ବଡ଼ ଖୁଲାସା । ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିଅନ ରହିଥିବା ସମ୍ଭାବନା । ଆଇସକ୍ୟାପ୍ ଅର୍ଥାତ୍ ବରଫର ଚାଦର ତଳେ ଫଟୋସିନ୍ଥେସିସ୍ ପରି ପ୍ରକ୍ରିୟାହେଉଛି । ତେଣୁ ଏଠାରେ ଜୀବନ ରହିଥିବା ନେଇ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । 

ଏଲିୟନଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଏଲିଅନକୁ ନେଇ ବୈଜ୍ଞାନିକଙ୍କ ନୂଆ ଖୁଲାସା କରିଛନ୍ତି । ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳରେ ଏଲିୟନ ଜୀବନକୁ ନେଇ ସମ୍ଭାବନା ବଢ଼ିଛି । ମଙ୍ଗଳ ଗ୍ରହର ଆଇସକ୍ୟାପ୍ ଅର୍ଥାତ ବରଫର ଚାଦର ତଳେ ଜୀବନ ରହିଥିବା ନେଇ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଏଥିସହିତ ସେଠାରେ ଫଟୋସିନ୍ଥେସିସ୍ ପରି ପ୍ରକ୍ରିୟା ହେଉଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ଫଟୋସିନ୍ଥେସିସ୍ ପ୍ରକ୍ରିୟା ମାଧ୍ୟମରେ ବୃକ୍ଷଲତା,ଏଲଗୀ ଓ ସାଇନୋବ୍ୟାକ୍ଟେରିଆ ଏନର୍ଜି ସୃଷ୍ଟି କରିଥାନ୍ତି । ଏଥିପାଇଁ ଜଳ ଓ ସୂର୍ଯ୍ୟ କିରଣର ଆବଶ୍ୟକତା ପଡ଼ିଥାଏ । ଏହିଠାରୁ ହିଁ ପୃଥିବୀ ବାୟୁମଣ୍ଡଳର ସବୁଠାରୁ ଅଧିକ ଅକ୍ସିଜେନ ସୃଷ୍ଟି ହୋଇଥାଏ । ମାତ୍ର, ଏକ ନୂଆ ରିପୋର୍ଟ ଅନୁସାରେ, ମଙ୍ଗଳ ଗ୍ରହରେ ଧ୍ରୁବ ନିକଟରେ ବରଫର ଏକ ମୋଟା ଚାଦର ରହିଛି ଏବଂ ସେଠାରେ ଜୀବସତ୍ତାର ସମ୍ଭାବନା ଥାଇପାରେ । 

ବୈଜ୍ଞାନିକମାନଙ୍କ କହିବାନୁସାରେ, ସୂର୍ଯ୍ୟ ବିକିରଣରୁ ବର୍ତ୍ତିବା ପାଇଁ ବରଫର ଚାଦର ତଳେ ଫଟୋସିନ୍ଥେସିସ୍ ବା ଅନ୍ୟ କୌଣସି ପ୍ରକ୍ରିୟା ମାଧ୍ୟମରେ ଜୀବନ ସମ୍ଭବ ହୋଇଥାଇପାରେ । ତାହାକୁ ରେଡିଆକ୍ଟିଭ ହାବିଟେବୁଲ ଜୋନ୍ସ କୁହାଯାଏ । ବୈଜ୍ଞାନିକମାନେ ନାସାର ଆର୍ବିଟର, ପରର୍ସିଭରେନ୍ସ ରୋଭର, ମାର୍ସ ସାମ୍ପଲ ଓ ଏକ୍ସୋମାର୍ସ ପରି ସ୍ପେସକ୍ରାଫ୍ଟସରୁ ମିଳିଥିବା ଡାଟାକୁ ଆନାଲିସିସ୍ କରିଥିଲେ । ଏହି ସ୍ପେସକ୍ରାଫ୍ଟସରୁ ମିଳିଥିବା ଡାଟା ଆଧାରରେ ହାଇପୋଥିସିସ୍‌କୁ ପ୍ରସ୍ତୁତ କରାଯାଇଥିଲା । ଏନେଇ ଅଧିକ ତଥ୍ୟ ହାସଲ ହେବା ପାଇଁ ମଙ୍ଗଳ ଗ୍ରହର ବରଫପାତ ଅଞ୍ଚଳକୁ ଯାଇ ସେଠାରେ ଯାଞ୍ଚ କରିବାକୁ ପଡ଼ିବ । ପରେ ସେଠାରେ ଜୀବସତ୍ତା ରହିଛି କି ନାହିଁ ତାହା ଜଣାପଡ଼ିବ । ପୃଥିବୀ ଓ ମଙ୍ଗଳ ଉଭୟ ଗ୍ରହ ହାବିଟେବଲ ଜୋନରେ ଆସୁଥିବା ବେଳେ ମଙ୍ଗଳରେ ପାଣିର ଉପସ୍ଥିତି ଥାଇପାରେ । ପୃଥିବୀରେ ଅଧିକାଂଶ ପାଣି ରହିଥିବା ବେଳେ ମଙ୍ଗଳର ଅଧିକାଂଶ ସ୍ଥାନ ଲାଲ୍ ଓ ଶୁଷ୍କ ଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.