ନୀଳଗିରି,୨୬/୯(ଆ.ପ୍ର): ଓଡିଶା ପ୍ରଶାସନିକ ସେବାରେ ଯୋଗାଇବେ ନୀଳଗିରି ମାଟିର ସନ୍ତାନ କ୍ରିଷ୍ଣା ଗୋପାଳ ସ୍ୱାଇଁ। ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ବିଭିନ୍ନ ଅଞ୍ଚଳରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଂଚାୟତ ମହିଷାପଟ୍ଟାର ସଂଜୀବ କୁମାର ସ୍ବାଇଁଙ୍କ ପୁଅ କ୍ରିଷ୍ଣା ଗୋପାଳ ପିଲାଟି ଦିନରୁ ମେଧାବି ଥିଲେ। ସବୁ ଶିକ୍ଷାକ୍ଷେତ୍ରରେ ତାଙ୍କର ସଫଳତା ପରେ ସେ ଓଡିଶା ପ୍ରଶାସନିକ ସେବା ଯୋଗାଇବେ ବୋଲି ମନରେ ସ୍ଥିର କରିଥିଲେ। ଓୟୁଏଟିରେ ପାସ କରି ମଧ୍ୟ ଅଇପିଏସ ପରୀକ୍ଷା ଦେଇ ସଫଳ ହୋଇଥିଲେ।
ପିତା ଜଣେ ଚାଷୀ ହୋଇଥିବା ବେଳେ ପୁତ୍ରର ଏହି ସଫଳତା ପରେ ସବୁଆଡୁ ଶୁଭେଛାର ସୁଅ ଛୁଟିଛି। ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ମହିଷାପଟ୍ଟା ସରପଞ୍ଚ ରବୀନ୍ଦ୍ର ସିଂ, ୧୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବରିଷ୍ଠ ବ୍ୟକ୍ତିତ୍ୱ ଓ ଗ୍ରାମବାସୀମାନେ କ୍ରିଷ୍ଣା ଗୋପାଳଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।