କେନ୍ଦ୍ରାପଡ଼ା ୧୨/୦୯:  କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଛାତରୁ ଖସିଲା ପଡିଲା ପ୍ଳାଷ୍ଟର l ଶୁକ୍ରବାର ଦିନ ପ୍ରାୟ ସାଢେ ଗୋଟାଏ ବେଳେ କର୍ମଚାରୀ ମାନେ ଅଫିସରେ ଥିବା ବେଳେ ହଠାତ୍ ଛାତରୁ ଏକ ବଡ ଅଂଶ ପ୍ଳାଷ୍ଟର ଖସି ପଡିଥିଲା l ଏଥିରେ ଶିଶୁ ମଙ୍ଗଳ ବିଭାଗର ଲିଗାଲ୍ ଅଫିସର ବିବେକାନନ୍ଦ ଅତବୁଦ୍ଧି ଆହତ ହୋଇଛନ୍ତି l

ଏହି ଦୁର୍ଘଟଣାରେ ତାଙ୍କ ବାମ କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଛି l ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। କେନ୍ଦ୍ରାପଡା ପୁରୁଣା ତହସିଲ୍ କାର୍ଯ୍ୟାଳୟରେ ଗତ ଦେଢ ବର୍ଷ ଧରି ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଚାଲିଛି l ଛାତରୁ ପ୍ଳାଷ୍ଟର ଖସିଲା ପରେ ଅନ୍ୟ କର୍ମଚାରୀମାନେ ବିଭିନ୍ନ ଆଶଙ୍କାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ।