ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

RR vs PBKS: ଅଟକିଲା ପଞ୍ଜାବ କିଙ୍ଗସ୍ ର ବିଜୟ ରଥ, ୫୦ ରନ୍ ରେ ଜିତିଲା ରାଜସ୍ଥାନ

Published By : Bijay Swain | April 5, 2025 11:36 PM

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ(RR) ଚଳିତ ଆଇପିଏଲ-୨୦୨୫ର ୧୮ ତମ ମ୍ୟାଚରେ ପଞ୍ଜାବ କିଙ୍ଗ(PBKS)କୁ ୫୦ ରନରେ ହରାଇ ଦେଇଛି। ଏହା ରାଜସ୍ଥାନର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଚଳିତ ସିଜିନରେ ଏହା ପଞ୍ଜାବର ପ୍ରଥମ ପରାଜୟ ବରଣ କରିଛି।

ମୁଲାନପୁରର ମହାରାଜା ଯାଦବନ୍ଦ୍ର ସିଂ କ୍ରିକେଟ୍ ଷ୍ଟାଡିୟମରେ ଶନିବାର ୨୦୬ ରନ୍ ଲକ୍ଷ୍ୟ ରଖିଥିବା ପଞ୍ଜାବ ଦଳ ୨୦ ଓଭରରେ ୯ ୱିକେଟ୍ ପାଇଁ ମାତ୍ର ୧୫୫ ରନ୍ ସ୍କୋର କରିପାରିଥିଲା। ନେହାଲ ଭେଡେରା ୪୧ ବଲରେ ୬୨ ରନ ଖେଳିଥିଲେ। ସେହିପରି ଗ୍ଲେନ୍ ମ୍ୟାକ୍ସୱେଲ (୩୦ ରନ୍) ଙ୍କ ସହ ୮୮ ରନ୍ ଭାଗିଦାରୀ ଖେଳିଥିଲେ, କିନ୍ତୁ ଦଳକୁ ବିଜୟ ଆଡକୁ ନେଇପାରିନଥିଲେ। 

ଏହି ମ୍ୟାଚ୍ ରେ ଜୋଫ୍ରା ଆର୍ଚର ୩ ୱିକେଟ୍ ନେଇଥିଲେ। ସନ୍ଦୀପ ଶର୍ମା ଏବଂ ମହିଷ ଟିକସାନା ମଧ୍ୟ ଯଥାକ୍ରମେ ୨ ଓ ୧ ୱିକେଟ୍ ନେଇଥିଲେ।

ଟସ୍ ହାରିବା ପରେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିଥିଲା। ଯଶସ୍ୱି ଜୟସୁଆଲ ୪୫ ବଲରେ ୬୭ ରନ୍, ରିୟାନ୍ ପାରାଗ ୨୫ ବଲରେ ଅପରାଜିତ ରହି ୪୩ ରନ୍ ଏବଂ ଅଧିନାୟକ ସଞ୍ଜୁ ସାମସନ ୨୬ ବଲରେ ୩୮ ରନ୍ ସ୍କୋର କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.