ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚର୍ଚ୍ଚିତ ଶାରୋନ ରାଜ ହତ୍ୟା ମାମଲା; ପ୍ରେମିକାକୁ ଫାଶୀ ଦଣ୍ଡାଦେଶ ଦେଲେ କେରଳ କୋର୍ଟ

Published By : Ankita S | January 20, 2025 12:50 PM

ଥିରୁଅନନ୍ତପୁରମ,୨୦/୧: କେରଳର ବହୁ ଚର୍ଚ୍ଚିତ ଶାରୋନ ରାଜ ହତ୍ୟା ମାମଲାରେ ପ୍ରେମିକାକୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ହାଇପ୍ରୋଫାଇଲ ଶାରୋନ ରାଜ ହତ୍ୟା ଘଟଣାରେ ପ୍ରେମିକା ଗ୍ରୀଷ୍ମାକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ନେୟାତିିିନକାର ଅତିରିକ୍ତ ସେସନ୍ସ କୋର୍ଟ । ଏହା ସହିତ ଘଟଣାରେ ତୃତୀୟ ଅଭିଯୁକ୍ତ ଗ୍ରୀଷ୍ମାଙ୍କ ଦାଦା ନିରମାଲାକୁମାରନ ନାଏରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ମାମଲାରେ ଗ୍ରୀଷ୍ମାଙ୍କ ମାଆ ସିନ୍ଧୁମୁକ୍ତାଙ୍କୁ ଦୋଷମୁକ୍ତ କରାଯାଇଛି । ୨୦୨୨ ମସିହାରେ ୨୩ ବର୍ଷୀୟ ଶାରୋନ ରାଜ ପ୍ରତାରଣାର ଶିକାର ହୋଇଥିଲେ । ତାଙ୍କୁ ଜୁସରେ ବିଷ ଦେଇ ହତ୍ୟା କରିଥିଲେ ପ୍ରେମିକା ଗ୍ରୀଷ୍ମା । ଯାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପ୍ରେମ ଉପରେ ଅସଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ଦୋଷୀ ଗ୍ରୀଷ୍ମା ତାଙ୍କ ଏକାଡେମିକ ସଫଳତା, ଅପରାଧିକ ମାମଲାର କମ୍ ପ୍ରମାଣ ତଥ୍ୟ ଥିବା କହି ସଜା କୋହଳ କରିବାକୁ ଆବେଦନ କରିଥିଲେ । ବାପା ମାଆଙ୍କ ଏକମାତ୍ର ଝିଅ ବୋଲି କୋର୍ଟଙ୍କୁ କହିଥିଲେ । ୫୮୬ ଆବେଦନ ପତ୍ର ନିଷ୍ପତ୍ତିରେ କୋର୍ଟ କହିଛନ୍ତି ଅପରାଧରୁ ଗୁରୁତରଠୁ ଦୋଷୀର କୌଣସି ସମସ୍ୟା ପ୍ରଥମ ନୁହେଁ । ଆଇପିସି ଧାରା ୩୦୨ (ହତ୍ୟା), ୩୬୪, ୩୨୮ ଓ ୨୦୩ ଆଧାରରେ ଗ୍ରୀଷ୍ମୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଗ୍ରୀଷ୍ମାଙ୍କ ଦାଦା ପ୍ରମାଣନଷ୍ଟ କରିଥିବା ନେଇ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।


ଏହା ବି ପଢନ୍ତୁ...ଆରଜି କର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା ; ଆଜି ସଞ୍ଜୟର ଦଣ୍ଡ ଶୁଣାଣି


କଣ ପୁରା ମାମଲା- ଶାରୋନ ରାଜ ନାମକ ଜଣେ ପୁଅକୁ ଭଲ ପାଉଥିଲେ ଗ୍ରୀଷ୍ମା । ଦୁହିଁଙ୍କର ଜୀବନ ଠିକ୍ ଚାଲିଥିଲା । ପ୍ରେମ, ଓ ବିବାହ ନେଇ ସମ୍ପର୍କ ଖୋଜିବା ଓ ଜୀବନର ଖରା ଛାଇ ଭିତରେ କାହାଣୀ  ଏକ ନୂଆ ମୋଡ ନେଇଥିଲା । ୨୦୨୨ ମସିହା ଅକ୍ଟୋବର ୧୫ ତାରିଖ ବନ୍ଧୁଙ୍କ ସହ ଗ୍ରୀଷ୍ମାଙ୍କ ଘରେ ପହଞ୍ଚିଥିଲେ ଶୋରୋନ ରାଜ । ଗ୍ରୀଷ୍ମା ଶାରୋନଙ୍କୁ ଏକ ଆୟୁର୍ବେଦ ଜୁସ ପିଇବାକୁ ଦେଇଥିଲେ । ଏହାର କିଛି ସମୟ ପରେ ଶାରୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଥିଲା । ବାନ୍ତି ହୋଇଥିଲା । ଶାରୋନଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶାରୋନଙ୍କ ରକ୍ତ ପରୀକ୍ଷା ହୋଇଥିଲା । ରିପୋର୍ଟ ନର୍ମାଲ ଆସିଥିଲା । ଅକ୍ଟୋବର ୧୭ ତାରିଖରେ ପୁଣି ଶାରୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏଥରେ ଆସିଥିବା ମେଡିକାଲ ରିପୋର୍ଟ କିଛି ଅଲଗା ଥିଲା । ଧୀରେ ଧୀରେ ତାଙ୍କ ଅଙ୍ଗ ଅଚଳ ହୋଇଥିଲା । ଚିକିତ୍ସାର ୧୧ ଦିନ ପରେ ଆଖି ବୁଜିଥିଲେ ଶୋରୋନ । ପୋଷ୍ଟମର୍ଟମ ରିପୋର୍ଟରେ  ଜଣାପଡିଥିଲା କି ଶାରୋନଙ୍କ ଶରୀରରେ ବିଷ ଥିଲା । ଏହା ପରେ ଶାରୋନଙ୍କ ପରିବାର ଥାନାରେ ପ୍ରେମିକା ଓ ଗ୍ରୀଷ୍ମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । 

ଜଣେ ସୁନ୍ଦର ଶିକ୍ଷିତ ଝିଅ ଗ୍ରୀଷ୍ମା । ପ୍ରଥମେ ଶାରୋନଙ୍କୁ ଭଲ ପାଉଥିଲେ ମାତ୍ର ପରେ ଅନ୍ୟତ୍ର ବିବାହ କରିବାକୁ ଚାହିଁଥିଲେ । ଶାରୋନଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ଚାହିଁଥିଲେ ଗ୍ରୀଷ୍ମୀ ମାତ୍ର ଶାରୋନ ରାଜି ନଥିଲେ । ଗ୍ରୀଷ୍ମା ବାହାଘର ନେଇ ପୁଅ ଖୋଜା ଚାଲିଥିଲା । ଗୋଟିଏ ପ୍ରସ୍ତାବ ଆସିଥିଲା ପୁଅ ଆର୍ମିରେ ଥିଲା । ଗ୍ରୀଷ୍ମାଙ୍କ ସହ ଉକ୍ତ ପୁଅର ଜାତକ ମିଳାଯାଇଥିଲା । ପଣ୍ଡିତ ଜାତକ ଦେଖି କହିଥିଲେ ବିବାହ ପରେ ସ୍ବାମୀର ମୃତ୍ୟୁ ହୋଇଯିବ । ଏହା ଶୁଣି ଝିଅ ଘର ଲୋକ ଚିନ୍ତାରେ ପଡିଥିଲେ । ତାଙ୍କ ସାମ୍ନାରେ ଦୁଇଟି ରାସ୍ତା ଥିଲା । ଆର୍ମି ପୁଅ ପ୍ରସ୍ତାବ ଭାଙ୍ଗି ଦିଆଯାଉ ନଚେତ କିଛି ଅଲଗା ଉପାୟ ବାହାର କରାଯାଉ । ଘର ଲୋକ ବାହାଘର ଭାଙ୍ଗିବା ଅପେକ୍ଷା ଅଲଗା ଉପାୟ କରିଥିଲା ଯାହା ଭୟାନକ ଥିଲା । ଘର ଲୋକଙ୍କ ନ କହି ଗ୍ରୀଷ୍ମା ଶାରୋନଙ୍କୁ ବିବାହ କରିଥିଲେ । ଜୋତିଷ କଥାକୁ ସତ କରିବାକୁ ଯାଇ ପ୍ରଥମ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଗ୍ରୀଷ୍ମା । ପ୍ରେମ ସମ୍ପର୍କ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.