ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଘରର ଡ୍ରଇଁରୁମ୍‌ର ନିଅନ୍ତୁ ଏପରି ଯତ୍ନ, ସକାରାତ୍ମକ ଉର୍ଜା ସୃଷ୍ଟି ହେବା ସହ ବଢିବ ସୁଖ-ଶାନ୍ତି

Published By : Krishna Priya | November 25, 2024 12:50 PM

ଭୁବନେଶ୍ୱର ୨୫/୧୧: ଘରର ସୁଖ-ଶାନ୍ତି-ସମୃଦ୍ଧି ବୃଦ୍ଧି ଲାଗି କେତେକ ନିୟମ ମାନିବାକୁ ହୋଇଥାଏ । ଫେଙ୍ଗଶୁଇ ଅନୁସାରେ ଘରର ଡ୍ରଇଁରୁମ୍‌ର ବିଶେଷ ଧ୍ୟାନ ଦେଲେ ସକାରାତ୍ମକ ଉର୍ଜା ସୃଷ୍ଟି ହେବା ସହିତ ସୁଖ-ଶାନ୍ତି-ସମୃଦ୍ଧି ବଢ଼ିପାରିବ । 

-ଡ୍ରଇଁରୁମକୁ ହୋହଲ୍ଲାଠାରୁ ଦୂରେଇ ରଖିବା ଜରୁରି । ଅପେକ୍ଷାକୃତ ନିରବ ବାତାବରଣ ରହିଲେ ଭଲ । 

-ଡ୍ରଇଁରୁମ୍‌ରେ ମଝିସ୍ଥାନରେ ଚୈାକିଟେବୁଲ୍‌ ପକାନ୍ତୁ ନାହିଁ । ଏହା ବାଧା ଉତ୍ପନ୍ନ କରିଥାଏ । ଏସବୁ ସରଞ୍ଜାମ କୋଠରୀ କଡ଼ସ୍ଥାନରେ ସଜାଇ ରଖିବା ସହିତ ମଝି ସ୍ଥାନ ଖାଲି ରହିବା ଦରକାର ।  

-ଫେଙ୍ଗଶୁଇ ନିୟମ ଅନୁସାରେ ସୋଫା ବା ଚୌକିରେ ବସୁଥିବା ବ୍ୟକ୍ତିର ସମ୍ମୁଖରେ ଡ୍ରଇଁରୁମ୍‌ର ପ୍ରବେଶ ଦ୍ୱାର ରହିବା ଆବଶ୍ୟକ । ଯଦି ତାହା ସମ୍ଭବ ହେଉ ନାହିଁ ଆଇନା ଏମିତି ସ୍ଥାନରେ ରଖନ୍ତୁ ଯେପରି ତାହା ଜରିଆରେ ଡ୍ରଇଁରୁମ୍‌ର ଦ୍ୱାର ଦେଖିହେବ ।  

-ହାଲକା ରଙ୍ଗର ପରଦା ଡ୍ରଇଁରୁମ୍‌ରେ ବ୍ୟବହାର କରିବା ସହିତ ଡ୍ରଇଁରୁମ୍‌ରେ ମୁକ୍ତ ଭାବେ ଆଲୋକ ପ୍ରବେଶ କରିପାରିବା ଭଳି ବ୍ୟବସ୍ଥା ରଖିବା ଉଚିତ ।  

-ଡ୍ରଇଁରୁମ୍‌ ପାଇଁ ଗାଢ଼ ରଙ୍ଗର ସୋଫା ଏବଂ ହାଳ୍‌କା ରଙ୍ଗର କୁସନ୍‌ (ଛୋଟ ତକିଆ ବା ମାଣ୍ଡି) ମନୋନୀତ କରନ୍ତୁ ।  

-ଡ୍ରଇଁରୁମ୍‌ ରେ ସୌଖୀନ ଗଛ ସଜାଇ ରଖନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.