ଭୁବନେଶ୍ଵର, ୨୫/୦୨ : ମୂଷା ଧରିବାକୁ ବସାଇଥିଲେ ଜନ୍ତା। ଫାଶରେ ପଡ଼ିଲା ୪ ଫୁଟିଆ ନାଗ। ଭୁବନେଶ୍ଵର ଶୈଳେଶ୍ରୀ ବିହାର HIG-116ରେ ରହୁଥିବା ସୋମ୍ ପଟେଲଙ୍କ ଘରୁ ଏହି ସାପ ଉଦ୍ଧାର ହୋଇଛି।
ସୂଚନାନୁଯାୟୀ, ଶୈଳେଶ୍ରୀ ବିହାରରେ ରହୁଥିବା ସୋମ୍ ପଟେଲ ମୂଷା ଧରିବା ପାଇଁ ଘରେ ଜନ୍ତା ବସାଇଥିଲେ। ବୁଧବାର ସକାଳେ ଜନ୍ତା ଭିତରେ ଖଡ଼ ଖଡ଼ ଶବ୍ଦ ଶୁଣି ଯାଇ ଦେଖିବା ବେଳକୁ ଏକ ବିରାଟ ନାଗ ସାପ ପଶିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ସ୍ନେକ୍ ହେଲ୍ପ ଲାଇନ କୁ ଫୋନ୍ କରିଥଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଜନ୍ତା ଭିତରୁ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ଵ ୪ ଫୁଟ ହେବ ବୋଲି କୁହାଯାଉଛି। ନାଗ ସାପକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।
ଏହି ଖବରଟିକୁ ପଢନ୍ତୁ- ଅନ୍ୟ ସମ୍ପ୍ରଦାୟରେ ଝିଅର ବିବାହ ପଡ଼ିଲା ମହଙ୍ଗା; ସରକାରୀ ଜାଗାରେ ହେଲା ଶେଷକୃତ୍ୟ, ମୁଖାଗ୍ନି ଦେଲାନି ବଡ଼ପୁଅ