ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ମହିଳାଙ୍କ ଅଜବ ସଞ୍ଚୟ ତରିକା; ପିଲାକୁ ଦିଅନ୍ତି ଭଙ୍ଗା ଖେଳନା ସ୍ୱାମୀ ପାଇଁ ଚ୍ୟାରିଟି ପୋଷାକ

ନୂଆଦିଲ୍ଲୀ, ୨୫।୪: ଦରଦାମ୍ ବୃଦ୍ଧିକୁ ଦୃଷ୍ଟି ଦେଖି ପ୍ରାୟ ପ୍ରତ୍ୟେକ ଲୋକ ଟଙ୍କା ସଞ୍ଚୟ କରିଥାନ୍ତି । କିଛି ଲୋକ ଅଯଥା ଖର୍ଚ୍ଚ କରୁଥିବା ବେଳେ କିଛି ନିଜର ଜରୁରୀ ଆବଶ୍ୟକତା ଜିନିଷକୁ ଛାଡ଼ି ଅଯଥା ଖର୍ଚ୍ଚ କରିବାଠୁ ନିଜକୁ ଦୂରେଇ ରଖିଥାନ୍ତି । ତେବେ ଆବଶ୍ୟକସ୍ଥଳେ ଖର୍ଚ୍ଚ ନ କଲେ ଲୋକେ ତାଙ୍କୁ କଞ୍ଜୁସ୍‌ର ଲକ୍ଷଣ ବୋଲି କହିଥାନ୍ତି । ଆପଣ ଅନେକ କଞ୍ଜୁସ୍ ବ୍ୟକ୍ତି ବା ମହିଳାଙ୍କୁ ଦେଖିଥିବେ, କିନ୍ତୁ ଆମେ ଜଣେ ଏଭଳି ମହିଳାଙ୍କ ବିଷୟରେ କହିବୁ ଯିଏ କି ନିଜ ପରିବାର ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରନ୍ତି । ଏହି ମହିଳା ଜଣକ ହେଉଛନ୍ତି ଆପଲ ମେଲେସିଓ । ଆପଲ ଏତେ କୃପଣ ଯେ, ସେ ନିଜ ଝିଅ ପାଇଁ ଖେଳନାଟିଏ ମଧ୍ୟ କିଣନ୍ତି ନାହିଁ । ରାସ୍ତାଘାଟରେ ପଡ଼ିଥିବା ଭଙ୍ଗାରୁଜା ଖେଳନାକୁ ସଂଗ୍ରହ କରି ଏହାକୁ ନିଜ ପିଲାକୁ ଖେଳିବାକୁ ଦିଅନ୍ତି । କେବଳ ଏତିକି ନୁହେଁ, ନିଜ ସ୍ୱାମୀଙ୍କ ପାଇଁ ପୋଷାକ ମଧ୍ୟ କିଣନ୍ତିନି । ଚ୍ୟାରିଟି ସପ୍‌ରୁ ନିଜ ସ୍ୱାମୀଙ୍କ ଲାଗି ପୋଷାକ ଆଣନ୍ତି । ସେ ନିଜ ସ୍ୱାମୀଙ୍କ ପାଇଁ କପଡ଼ାଠୁ ଆରମ୍ଭ କରି ଅଣ୍ଡରୱେୟାର୍ ପର୍ଯ୍ୟନ୍ତ ଚାରିଟି ସପ୍‌ରୁ ଆଣିଥାନ୍ତି । 

ତେବେ ଆପଣ ଭାବୁଥିବେ ବୋଧହୁଏ ଆପଲଙ୍କ ପରିବାର ଖୁବ୍ ଗରିବ ଶ୍ରେଣୀର । କିନ୍ତୁ, ସେଭଳି କିଛି ନୁହେଁ । ଏସବୁ ସେ କେବଳ ଟଙ୍କାକୁ ସଞ୍ଚୟ କରି ରଖିବାକୁ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏ ପର୍ଯ୍ୟନ୍ତ ସଞ୍ଚୟ କରିଥିବା ଅର୍ଥରାଶିରେ ସେ ଆଦୌ ସନ୍ତୁଷ୍ଟ ନାହାନ୍ତି । ତେଣୁ ଏହାଠୁ ଆହୁରି ଅଧିକ ଅର୍ଥ ସଞ୍ଚୟ କରିବା ଦିଗରେ ସେ ଯୋଜନା କରୁଛନ୍ତି । ଏକ୍ସଟ୍ରିମ୍ ଚିପସ୍କେଟସ୍ ନାମକ ଏକ ଶୋ’ରେ ଯୋଗଦେଇ ସେ ତାଙ୍କ ଅର୍ଥ ସଞ୍ଚୟର ତରିକା ବିଷୟରେ କହିଛନ୍ତି । ଥରେ ଆପଲ ନିଜ ପିଲାକୁ କ୍ଷୀର ଦେବା ଲାଗି ସେ ନିଜ ବନ୍ଧୁଙ୍କଠାରୁ କ୍ଷୀର ଉଧାର ଆଣିଥିବା ଏନେଇ ଆପଲଙ୍କ ସ୍ୱାମୀ ଭିକ୍ଟର କହିଛନ୍ତି । 

ତେବେ ଏପରି କଞ୍ଜୁସ୍ ସ୍ୱଭାବକୁ ନେଇ କେବେ ଅସହଜ ମନେ କରୁନଥିବା ବେଳେ ଏହାକୁ ନେଇ ଖୁବ୍ ଗର୍ବ କରନ୍ତି ବୋଲି କହିଛନ୍ତି ଆପଲ୍ । ଭିକ୍ଟରଙ୍କ କହିବାନୁଯାୟୀ, ତାଙ୍କ ସ୍ତ୍ରୀ ପୂର୍ବରୁ ମଧ୍ୟ ଟଙ୍କା ସଞ୍ଚୟ କରୁଥିଲେ । ଏହା ତାଙ୍କର ନିତିଦିନ ଅଭ୍ୟାସ ଭଳି ଥିଲା । କିନ୍ତୁ, ତାଙ୍କ ଝିଅ ଜନ୍ମ ହେବା ପରେ ଆପଲଙ୍କର ଏହି ଗୁଣ ଆହୁରି ଅଧିକ ବଢ଼ିଯାଇଛି । ସେ ଫାଙ୍କା ସମୟରେ କେବଳ ଟଙ୍କା ସଞ୍ଚୟ କରିବା ବାବଦରେ ହିଁ ଭାବନ୍ତି । ଦୈନିକ ସଞ୍ଚୟର ତାଲିକା ପ୍ରସ୍ତୁତ କରନ୍ତି । ଏପରିକି ପିଲାର ନାପକିନ୍ ପାଇଁ ପୁରୁଣା କପଡ଼ାର ବ୍ୟବହାର କରିବା ସହ ୱାଇପ୍ସ ସେ ନିଜେ ତିଆରି କରନ୍ତି । ଏହାବାଦ୍ ଯେ କୌଣସି ସ୍ଥାନକୁ ଗଲେ ସବୁ ଜିନିଷରେ ରିହାତି ଖୋଜନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.