ପ୍ରମୂଖ ଖବର

କଙ୍ଗନାଙ୍କ ପାଇଁ ପ୍ରଚାର କରିବେ ଶେଖର ସୁମନ, କହିଲେ ‘ଏହା ତ ମୋର କର୍ତ୍ତବ୍ୟ’

ମୁମ୍ବାଇ,୮।୫: ଅଭିନେତା ଶେଖର ସୁମନ ଓ ବଲିଉଡ କୁଇନ କଙ୍ଗନାଙ୍କ ବିବାଦରେ ପଡିଲା ପୁର୍ଣ୍ଣଛେଦ ।  କଙ୍ଗନା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ରହି ସାରିଥିବା ବେଳେ ଏବେ ସମାନ ଦଳରେ ସାମିଲ ହୋଇଛନ୍ତି ଉଭୟ ତାରକା । ଏହି ସମୟରେ ଲୋକସଭା ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ଲଢୁଥିବା ବେଳେ କଙ୍ଗନାଙ୍କ ପାଇଁ ପ୍ରଚାର କରିବାକୁ ଆଗ୍ରହୀ ପ୍ରକାଶ କରିଛନ୍ତି ଶେଖର । ଯାହା ପରେ ଉଭୟଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ଶେଖର ସୁମନ ମଙ୍ଗଳବାର ଦିନ ଦିଲ୍ଲୀର ଦଳର ମୁଖ୍ୟାଳୟରେ  ପାର୍ଟି ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଯାହା ପରେ ଫ୍ୟାନ୍ସ ବିଶ୍ୱାସ କରିପାରୁନାହାନ୍ତି ଯେ, ଶେଖର ଏବଂ କଙ୍ଗନା ସମାନ ରାଜନୈତିକ ଦଳରେ ଯୋଗ ଦେଉଛନ୍ତି । ବିଜେପି ଦଳରେ ସାମିଲ ହେବା ପୂର୍ବରୁ ସୁମନ କଙ୍ଗନାଙ୍କ ସହ ମତଭେଦ ନେଇ ପରୋକ୍ଷରେ କହିଥିଲେ ଯେ, "ଆମେ ଆଦୌ କୌଣସି ଜିନିଷକୁ ଧରି ରହିବା ଉଚିତ ନୁହେଁ । ମୁଁ ଭାବୁଛି ଏହା ଉପରେ ଆଲୋଚନା କରିବା ଅର୍ଥହୀନ। ମୁଁ ବିଶ୍ୱାସ କରେ ଏହା କେବଳ ଏକ ପର୍ଯ୍ୟାୟ ଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଶେଷ ହୋଇଗଲା ।"

ଆଉ ଏବେ ସେ ବିଜେପିରେ ସାମିଲ ହେବା ପରେ କଙ୍ଗନାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ବୋଲି କହିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଶେଖର ସୁମନଙ୍କୁ ପଚରାଯାଇଥିଲା ଯେ ସେ ପୂର୍ବ ମତଭେଦ ସତ୍ତ୍ୱେ ମଣ୍ଡିରେ କଙ୍ଗନା ପାଇଁ ପ୍ରଚାର କରିବେ କି? ଏହାର ଉତ୍ତରରେ ସେ କହିଛନ୍ତି, 'ଯଦି ସେ ମୋତେ ନିମନ୍ତ୍ରଣ କରନ୍ତି ତେବେ ମୁଁ ନିଶ୍ଚୟ ଯିବି । ଏହା ମୋର ଦାୟିତ୍ୱ ଏବଂ ମୋର ଅଧିକାର ।' ଯାହା ପରେ ଲୋକେ ଉଭୟଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି କହୁଥିବା ବେଳେ କେତେକ ୟୁଜର୍ସ ଟ୍ରୋଲ ମଧ୍ୟ କରୁଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.