ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଟିଏ ମଞ୍ଚରେ ନଜର ଆସିବେ ରାଜ ଠାକରେ ଏବଂ ପିଏମ୍ ମୋଦୀ, ଶିବାଜୀ ପାର୍କର ରାଲିରେ ଦେଖାଯିବ ଅଜବ ଦୃଶ୍ୟ

ନୂଆଦିଲ୍ଲୀ, ୮/୫ :  ଲୋକସଭାର ତୃତୀୟ ଚରଣର ନିର୍ବାଚନ ଶେଷ ହୋଇସାରିଛି । ସବୁ ରାଜନୈତିକ ଦଳ ବାକି ଥିବା ସିଟରେ ଜୋରଶୋରରେ ପ୍ରଚାର ପ୍ରସାର କରୁଛନ୍ତି । ମୁମ୍ବାଇ, ଠାଣେ, ପାଲଘରରେ ପଞ୍ଚମ ପର୍ଯ୍ୟାୟ ସମୟରେ ୨୦ମଇରେ ମତଦାନ ହେବ । ମୁମ୍ବାଇ ଏବଂ ନିକଟ ଜିଲ୍ଲା ଲାଗି ୧୭ମଇ ଶୁକ୍ରବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାରର ଦୃଶ୍ୟ ଟିକେ ନିଆରା ହେବ । 

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ନିବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ ମୁମ୍ବାଇର ଏକ ମଞ୍ଚରେ ଦେଖାଯିବେ । ଉଭୟ ନେତା ନିକଟ ଜିଲ୍ଲାର ଜନତାଙ୍କୁ ଶିବାଜୀ ପାର୍କର ବିଶାଳ ମଞ୍ଚରେ ସମ୍ବୋଦ୍ଧିତ କରିବେ । ମନସେର ମହାସଚିବ ଏବଂ ପ୍ରବକ୍ତା ବାଗିଶ ସାରସ୍ବତ ଅଧିକୃତ ଭାବରେ ଏହି ସୂଚନା ଦେଇଛନ୍ତି । ମହରାଷ୍ଟ୍ର ନବନିର୍ମାଣ ସେନା ନିର୍ବାଚନ ଘୋଷଣା ହେବା ପରେ ରାଜ ଠାକରେଙ୍କ ସଭା ଲାଗି ଶିବାଜୀ ପାର୍କ ମୈଦାନ ବୁକ କରିଦେଇଥିଲା । କିନ୍ତୁ ରାଜ ଠାକରେ ଲୋକସଭା ନିର୍ବାଚନ ଲଢିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାୟୁତର ସବୁ ଲୋକସଭା ପ୍ରାର୍ଥୀଙ୍କ ସମର୍ଥନରେ ମନସେର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ମୈଦାନରେ ଅଛନ୍ତି ।

ତୃତୀୟ ଚରଣର ମତଦାନ ପୂର୍ବରୁ କଣକବଲୀରେ ରାଜ ଠାକରେ ବିଜେପି ପ୍ରାର୍ଥୀ ନାରାୟଣ ରାଣେଙ୍କ ସମର୍ଥନରେ ରାଲିର ସମ୍ବୋଧିତ କରି ସାରିଛନ୍ତି । ଏବେ ୧୦ମଇରେ ପୁଣେ ଏବଂ ୧୨ମଇରେ ଠାଣେ ଜିଲ୍ଲାରେ ରାଜ ଠାକରେଙ୍କ ରାଲି ଆୟୋଜିତ କରାଯାଇଛି । ମୁମ୍ବାଇ, ପାଲଘର ଏବଂ ଠାଣେ ଜିଲ୍ଲାର ଲୋକସଭା ସିଟ ଲାଗି ୨୦ମଇରେ ମତଦାନ ହେବାରେ ଅଛି ।

ଏହା ପୂର୍ବରୁ ୧୭ମଇର ସନ୍ଧ୍ୟାରେ ଦାଦରର ଶିବାଜୀ ମୈଦାନର ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ ଠାକରେଙ୍କ ସଭା ଆୟୋଜିତ କରାଯାଇଛି । ମନସେ ମହାସଚିବ ବାଗିଶ ସାରସ୍ବତଙ୍କ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀଶ ବି ଏହି ମହାସଭାରେ ଉପସ୍ଥିତ ରହିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.