ନୂଆଦିଲ୍ଲୀ,୦୬/୦୨ :  ଆମ୍ ଆଦମୀ ପାର୍ଟିର ନେତାଙ୍କୁ ହତ୍ୟା । ପଞ୍ଜାବର ଜଳନ୍ଧରରେ ଥିବା ଗୁରୁଦ୍ୱାର ସମ୍ମୁଖରେ ଆପ୍ ନେତା ଲକି ଓବରୟଙ୍କୁ ଗୁଳି  କରି ହତ୍ୟା କରାଯାଇଛି । ଏକ ବାଇକରେ ଆସି ଦୁଇ ଜଣ ବ୍ୟକ୍ତି ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। 

ସୂଚନା ମୁତାବକ, ଶୁକ୍ରବାର ସକାଳେ ଜଳନ୍ଧରର ଏକ ଗୁରୁଦ୍ୱାର ସମ୍ମୁଖରେ ଲକି ତାଙ୍କ କାରକୁ ପାର୍କ କରୁଥିଲେ । ଏହି ସମୟରେ ତାଙ୍କୁ ଆକ୍ରମଣ ହୋଇଥିଲା । ବାଇକରେ ଦୁଇ ଜଣ ବ୍ୟକ୍ତି ଆସି କେହି କିଛି ବୁଝିବା ଆଗରୁ ତାଙ୍କ ଉପରେ ଗୁଳି ଚଳାଇଥିଲେ । ପ୍ରାୟ ୫ ରାଉଣ୍ଡ ଗୁଳି ତାଙ୍କ ଦେହରେ ବାଜିଥିଲା।  ଏନେଇ ତାଙ୍କୁ ତାଙ୍କୁ ତୁରନ୍ତ ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ୍ କରାଯାଉଛି ।

ଆହୁରି ପଢନ୍ତୁ-'ଶିକ୍ଷାକୁ ବୋଝ ବଦଳରେ ଉପଭୋଗ କର', 'ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ​​​​​​​

ତେବେ ଲକିଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ରାଜ୍ୟର ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ୱା ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଦିବାଲୋକରେ ଘଟିଥିବା ଏହି ଗୁଳିକାଣ୍ଡ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରମାଣିତ କରୁଥିବା ସେ କହିଛନ୍ତି ।ଲକିଙ୍କ ପତ୍ନୀ ମଧ୍ୟ ଆପ୍ ତରଫରୁ ମ୍ୟୁନିସିପାଲ ନିର୍ବାଚନ ଲଢିଥିଲେ ।